ସାଇରା ବାନୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

0

ଦିଲ୍ଲୀ: ସେପ୍‌ଟେମ୍ବର ୧: ଭେଟେରାନ୍‌ ଚଳଚ୍ଚିତ୍ର ଅଭିନେତ୍ରୀ ସାଇରା ବାନୁ ଆଜି ହଠାତ୍‌ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସାଇରା ବାନୁଙ୍କ ଶ୍ୱାସ କ୍ରିୟାରେ ବାଧା ଉପୁଜିବା ସହିତ ତାଙ୍କ ରକ୍ତଚାପ କମିଯାଇଛି । ଏବେ ସେ ଆଇସିୟୁରେ ଅଛନ୍ତି ।
ଅଭିନେତା ଦିଲ୍ଲୀପ କୁମାରଙ୍କ ଦେହାନ୍ତ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଥିଲା । ଶ୍ୱାସ କ୍ରିୟାରେ ଅସୁବିଧା ହେବା କାରଣରୁ ତାଙ୍କୁ ତିନି ଦିନ ପୂର୍ବରୁ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି । ୭୭ ବର୍ଷରେ ପଦାର୍ପଣ କରିଥିବା ସାଇରା ସ୍ୱାମୀ ଦିଲ୍ଲୀପ କୁମାରଙ୍କ ବୟସଠାରୁ ୨୨ ବର୍ଷ ସାନ । ସେମାନେ ଦୁହେଁ ୧୯୬୬ ମସିହାରେ ବିବାହ କରିଥିଲେ । ତେବେ ଏହି ପ୍ରସିଦ୍ଧ ଦମ୍ପତିଙ୍କ କୌଣସି ସନ୍ତାନ ନାହାନ୍ତି । ସେମାନେ ପରିବାର ଅନ୍ୟ ପିଲାମାନଙ୍କୁ ନିଜ ପିଲା ପରି ପ୍ରତିପୋଷଣ କରୁଥିଲେ । ସାଇରାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକ ତାଙ୍କ ପାଇଁ ପାର୍ଥନା କରିଛନ୍ତି ।

Leave A Reply

Your email address will not be published.