ସହିଦ ପରିବାରକୁ ୨୫ ଲକ୍ଷ ସହାୟତା ଘୋଷଣା

ଦୁଇ ଯବାନ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ରାଶି

0

ଭୁବନେଶ୍ୱର(ସବୁ୍ୟ) : ଜୁନ ୧୭:ଲଦାଖ ନିକଟ ଗଲୱାନ ଘାଟିରେ ସହିଦ ହୋଇଥିବା ଦୁଇ ଓଡିଆ ଯବାନଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅନୁକମ୍ପା ରାଶି ପ୍ରଦାନ କରାଯିବ ।
ପୂର୍ବ ଲଦାଖର ଭାରତ ଓ ଚୀନ ସୀମା ନିକଟରେ ଥିବା ଗଲୱାନ ଘାଟିରେ ସୋମବାର ରାତିରେ ସହିଦ ହୋଇଥିବା ଦୁଇ ଜଣ ଓଡ଼ିଆ ଯବାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ମିଳିବ । ଭାରତ ଚୀନ ସୀମା ଗଲୱାନ ଘାଟିରେ ଚୀନ ସେନା ସହ ସଘର୍ଷରେ ଓଡ଼ିଶାର ଦୁଇ ଜଣ ବୀର ଯବାନ ସହିଦ ହୋଇଛନ୍ତି । ସେମାନେ ରାଜ୍ୟପାଇଁ ଗର୍ବ ଓ ଗୌରବ ପାଲଟିଛନ୍ତି । ଏମାନେ ଦୁଇଜଣ ହେଉଛନ୍ତି କନ୍ଧମାଳ ଜିଲ୍ଲା ରାଇକିଆ ବିଅରପାଙ୍ଗା ଗାଁର ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୂରଭଞ୍ଜର ରାଇରଙ୍ଗପୁର ବିଜାତଳା ଗାଁର ସୁବେଦାର ନନ୍ଦୁରାମ ସୋରେନ୍‌ । ଦୁଇ ବୀର ଯବାନ ସହିଦ ହେବା ପରେ ସେମାନଙ୍କ ପରିବାର ଭାଙ୍ଗିପଡିଛନ୍ତି । ନନ୍ଦୁରାମଙ୍କ ତନୋଟି ଝିଅ ଥିବାରୁ କେମିତି ସେମାନେ ଚଳିବେ ସେନେଇ ସରକାରଙ୍କୁ ଗୁହାରୀ କରିଥିଲେ । ଅନ୍ୟପଟେ ଘରର ଏକମାତ୍ର ରୋଜଗାରର ମାଧ୍ୟମ ଥିଲେ ଚନ୍ଦ୍ରକାନ୍ତ ।

Leave A Reply

Your email address will not be published.