ସରିଲା ରାଜ୍ୟସଭା ନିର୍ବାଚନ; ତଥାପି ଆଞ୍ଚଳିକ ଦଳ ଉପରେ ଭରସା କରିବେ ମୋଦି

0

ଭୁବନେଶ୍ୱର : ଜୁନ ୨୦:ରାଜ୍ୟସଭା ନିର୍ବାଚନ ଶେଷ ହୋଇଛି । ୮ଟି ରାଜ୍ୟର ୧୯ଟି ଆସନରୁ ବିଜେପି ୮ଟି ଆସନରେ ବିଜୟୀ ହୋଇଛି । ପୂର୍ବରୁ ତିନି ଜଣ ବିଜେପି ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି କର୍ଣ୍ଣାଟକରୁ । ଏବେ ମୋଟ ୧୦ରାଜ୍ୟର ୨୪ଟି ଆସନରୁ ବିଜେପି ୧୧ ଆସନରେ ବିଜୟୀ ହୋଇଛି । ନବନିର୍ବାଚିତ ସଦସ୍ୟଙ୍କୁ ମିଶାଇଲେ ଉଚ୍ଚ ସଦନରେ ଏନ୍‌ଡିଏରେ ସାଂସଦ ସଂଖ୍ୟା ଆସି ୧୦୧ ହୋଇଛି । ପୂର୍ବରୁ ୯୦ଜଣ ଥିଲେ ମାତ୍ର ତେବେ ମ୍ୟାଜିକ ନମ୍ବର ୧୨୩ । ଫଳରେ ରାଜ୍ୟସଭାରେ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାରିତ କରିବାକୁ ଏବେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ବିଜେଡି ଭଳି କେତେକ ଅଣ ଏନ୍‌ଡିଏ ଆଞ୍ଚଳିକ ଦଳର ସହଯୋଗ ଉପରେ ନିର୍ଭର କରିବେ ।
ଏନ୍‌ଡିଏର ୧୦୧ ସାଂସଦଙ୍କ ମଧ୍ୟରୁ ବିଜେପିର ୮୬ଜଣ ସାଂସଦ ରହିଛନ୍ତି । କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ପାଖରେ ୬୫ଜଣ ସାଂସଦ ରହିଛନ୍ତି । ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ନଥିଲେ ମଧ୍ୟ ମୋଦି ସରକାର ଅନେକ ବିଲ ରାଜ୍ୟସଭାରେ ପାରିତ କରିଛନ୍ତି । ଏଥିପାଇଁ ସେ ବିଜେଡି ଏଆଇଏଡିଏମ୍‌କେ, ୱାଇଏସଆର କଂଗ୍ରେସ ପାର୍ଟିର ସହଯୋଗ ମଧ୍ୟ ନେଇଛନ୍ତି । ତେବେ ରାଜ୍ୟସଭା ନିର୍ବାଚନ ପରିବର୍ତ୍ତିତ ପରିସ୍ଥିତିରେ ମଧ୍ୟ ଏନ୍‌ଡିଏ ପାଇଁ ଏହି ୩ ଦଳ ଭରଷା ।

Leave A Reply

Your email address will not be published.