ସମ୍ଭାବ୍ୟ ବାତ୍ୟା ନେଇ ଏସଆରସିଙ୍କ ସୂଚନା; ଅଧିକ ବିପଦରେ ୪ଟି ଜିଲ୍ଲା

By Papu Mohanty

ଭୁବନେଶ୍ୱର : May 15:ସାମ୍ଭାବ୍ୟ ବାତ୍ୟା ମୁକାବିଲା ଜନୀତ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ଜିଲ୍ଲାପାଳମାନେ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । ବାତ୍ୟାକୁ ନେଇ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକ ପରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ, ବାତ୍ୟା ଜନୀତ ସମସ୍ତ ସାମ୍ଭାବ୍ୟ ପରିସ୍ଥିତି ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ସୂଚନା ଯୋଗ୍ୟ ଯେ, ଆଜି ସନ୍ଧ୍ୟାରେ ବଙ୍ଗୋପସାଗରରେ ଘନିଭୂତ ହୋଇଥିବା ଲଘୁଚାପ । ଆସନ୍ତାକାଲି ନେବ ବାତ୍ୟାର ଅବପାତର ରୂପ ନେବ । ପ୍ରାଥମିକ ଭାବେ ଏହି ସାମୁଦ୍ରିକ ଝଡ ଉତର ପଶ୍ଚିମ ଦିଗ ଦେଇ ଗତି କରିବ । ପରେ ଦିଗ ବଦଳାଇ ଉତର-ଉତରପୂର୍ବ ବଙ୍ଗୋପସାଗର ଦେଇ ଗତି କରିବାର ସମ୍ଭାବନା ରହିଛି । ତେବେ ଏହି ସାମୁଦ୍ରିକ ଝଡର ଲ୍ୟାଣ୍ଡଫଲ ସ୍ଥାନ ଏବଂ ତାର ଗତିପଥ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତଥାପି ଓଡ଼ିଶା ଉପରେ ଏହାର ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି । ଉତ୍ତର ବଙ୍ଗୋପସାଗର ଦେଇ ଗତି କରିବାର ସମ୍ଭାବନା ଥିବାରୁ ଉତ୍ତର ଉପକୂଳ ଓଡିଶା ବାତ୍ୟା ପ୍ରଭାବିତ ହୋଇପାରେ । ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଶ୍ରୟ ସ୍ଥଳ ପାଇଁ ଦୁଇ ଜଣ ଲେଖାଏଁ ଶିକ୍ଷକ ନିୟୋଜିତ ହେବେ ସେହିଭଳି ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ ଓ ଏନଡିଆଇର ଟିମକୁ ପ୍ରସ୍ତୁତ ରଖିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମଧ୍ୟ ବାରଣ କରାଯାଇଛି । ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀମାନେ ୧୭ତାରିଖ ସନ୍ଧ୍ୟା ସୁଦ୍ଧା ଉପକୂଳ ଫେରିଆସିବା ପାଇଁ ମଧ୍ୟ କୁହାଯାଇଛି । ୧୮ ତାରିଖରେ ଗଂଜାମ, ଗଜପତି, କେନ୍ଦ୍ରାପଡା ପୁରୀରେ ବର୍ଷା ସହ ୬୦ରୁ ୭୦ କିମି ବେଗରେ ପବନ ବହିପାରେ । ସେହିପରି ୧୯ ତାରିଖରେ କେନ୍ଦ୍ରାପଡା, ବାଲେଶ୍ୱର, ମୟୂରଭଞ୍ଜ, ଜଗତସିଂହପୁର, ଯାଜପୁର ଏବଂ ଭଦ୍ରକରେ ମଧ୍ୟମ ଧରଣର ବର୍ଷା ଏବଂ କା ଭା ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଗଜପତି ଜିଲ୍ଲାଠାରୁ ଆରମ୍ଭ କରି ବାଲେଶ୍ୱର ଏବଂ ମୟୂର ଭିଜ ପର୍ଯ୍ୟନ୍ତ ୧୨ଟି ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି ।

Comments are closed.