ସବୁଠୁ ଶସ୍ତା ଇ-ସ୍କୁଟର

ପେଟ୍ରୋଲ ଦାମ କ୍ରମାଗତ ବଢ଼ିବା ଭିତରେ ଦିଲ୍ଲୀର ଷ୍ଟାର୍ଟଅପ୍‌ କମ୍ପାନୀ ଡିଟେଲ୍‌ ଇଣ୍ଡିଆ ଭାରତୀୟ ବଜାରରେ ଏପରି ଏକ ଇଲେକ୍‌ଟ୍ରିକ୍‌ ଟୁ-ହ୍ୱିଲର ଲଞ୍ଚ କରିଛି ଯାହା ପୃଥିବୀର ସବୁଠୁ ଏ ଧରଣର ଶସ୍ତା ଯାନ । ଏଥିରେ ମାତ୍ର ୨୦ ପଇସା ଖର୍ଚ୍ଚକରି ୧ କିଲୋମିଟର ଯାତ୍ରା କରିହେବ । ଏହାର ମୂଲ୍ୟ ମାତ୍ର ୧୯୯୯୯ ଟଙ୍କା । ଏହି ଯାନ ପାଇଁ ରେଜିଷ୍ଟ୍ରେସନ ବା ଡ୍ରାଇଭିଂ ଲାଇସେନ୍ସ ଦରକାର ନାହିଁ । ବ୍ୟାଟେରି ଉପରେ ୩ ବର୍ଷ ଏବଂ ମୋଟର, କେଣ୍ଟ୍ରୋଲର ଓ ଚାର୍ଜର ଉପରେ ବର୍ଷକ ପାଇଁ ୱାରେଣ୍ଟି ରହିଛି । ସ୍କୁଟରର ଓଜନ ୫୬ କେଜି । ଅନ୍‌ଲାଇନ୍‌ରେ ମଗାଇଲେ ଡେଲିଭରି ଚାର୍ଜ ବାବଦରେ ଅଧିକ ଅଢ଼େଇ ହଜାର ଟଙ୍କା ଦେବାକୁ ପଡ଼ିବ ।
ଡିଟେଲ୍‌ ଇଣ୍ଡିଆ ୨୦୧୭ରେ ସ୍ଥାପିତ ହୋଇଥିଲା ।

Comments are closed.