ସନ୍ୟାସିନୀ ସାଜିବେ ଦେଶୀ ଗାର୍ଲ

ବଲିଉଡରୁ ନେଇ ହଲିଉଡ ପର୍ଯ୍ୟନ୍ତ ନିଜ ଅଭିନୟର ଯାଦୁ ବିଛାଇ ସାରିଥିବା ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ପ୍ରାୟତଃ ସବୁବେଳେ ନିଜ ଲୁକ୍ସ ଓ ଲାଇଫଷ୍ଟାଇଲ ପାଇଁ ଚର୍ଚ୍ଚାରେ ରୁହନ୍ତି । ନିକଟରେ ତାଙ୍କ ଗ୍ରାମା ଆୱାର୍ଡ ଆଉଟଫିଟକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଇତିମଧ୍ୟରେ ତାଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ସେ ଏବେ ଆଚାର୍ଯ୍ୟ ରଜନୀଶ ଓଶୋଙ୍କ ସନ୍ୟାସିନୀ ହେବାକୁ ଯାଉଛନ୍ତି । ପିସି ରିୟଲ ଲାଇଫରେ ସନ୍ୟାସୀ ହେବେ ନାହିଁ ବରଂ ରିଲ ଲାଇଫରେ ସେ ଏକ ଚ୍ୟାଲେଞ୍ଜଭରା ଭୂମିକାରେ ନଜର ଆସିବେ । ମା’ ଆନନ୍ଦ ଶୀଲାଙ୍କ ନାମରେ ଫେମସ ଶିଲା ବିଏର୍ନିଷ୍ଟିଲଙ୍କ ବାୟୋପିକରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ପ୍ରିୟଙ୍କା । ଦୀର୍ଘ ସମୟରୁ ଚର୍ଚ୍ଚାରେ ଥିବା ଏହି ଫିଲ୍ମ ବର୍ତ୍ତମାନ ନିର୍ମାଣ ହେବାକୁ ଯାଉଛି । ପ୍ରିୟଙ୍କାଙ୍କୁ ଏହି ଫିଲ୍ମରେ ତାଙ୍କ ରୋଲ ପାଇଁ ସାଇନ କରି ନିଆଯାଇଛି ।

 

Comments are closed.