ସଙ୍ଗରୋଧ କେନ୍ଦ୍ର ରେ ସାବିତ୍ରୀ ବ୍ରତ ପାଳନ କଲେ ମହିଳା ଅନ୍ତେବାସୀ, ଏପଟେ ମନ୍ଦିର ରେ ତାଲା ଯୋଗୁଁ ନିରାଶ ହେଲେ ମହିଳା ଭକ୍ତ

By Nagendranath Sahu

ଖଲ୍ଲିକୋଟ:୨୨/୦୫: ଖଲ୍ଲିକୋଟ ବ୍ଲକ ର ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ରେ ଆଜି ସାବିତ୍ରୀ ବ୍ରତ ପାଳନ କରିଛନ୍ତି ମହିଳା ଅନ୍ତେବାସୀ ।ଏପଟେ ଖଲ୍ଲିକୋଟ ସହରରେ ଥିବା ସବୁ ମନ୍ଦିର ରେ ତାଲା ପଡିଥିବା ରୁ ନିରାଶ ହୋଇଛନ୍ତି ମହିଳା ଭକ୍ତ ମାନେ ।ଖଲ୍ଲିକୋଟ ବ୍ଲକ ର ଚିକିଲି ସଙ୍ଗରୋଧ କେନ୍ଦ୍ର ରେ ୫ ଜଣ କିନ୍ନର ଓ ୪ ଜଣ ମହିଳା ରହୁଥିବା ବେଳେ ସେମାନେ ସାବିତ୍ରୀ ବ୍ରତ ପାଳନ କରିବାକୁ ଆଗ୍ରହ ପ୍ରକାଶ କରିବାରୁ ସରପଞ୍ଚ ପ୍ରତିନିଧି ଅରୁଣ କୁମାର ଖୁଣ୍ଟିଆ ସେମାନଙ୍କୁ ନୁଆଁ ଶାଢ଼ୀ, ଚୁଡିଏବଂ ପୂଜା ସାମଗ୍ରୀ ଯୋଗାଇ ଦେଇଥିଲେ ।ଆଜି ସେମାନେ ସଙ୍ଗରୋଧ କେନ୍ଦ୍ର ପରିସରରେ ଵିଧି ମୁତାବକ ସାବିତ୍ରୀ ବ୍ରତ ପାଳନ କରିଥିଲେ ।ସେହିପରି ବି.ଏନ.ପୁର ସଙ୍ଗରୋଧ କେନ୍ଦ୍ର ରେ ରହୁଥିବା ୨୫ ଜଣ ମହିଳା ଅନ୍ତେବାସୀ ଙ୍କୁ ସରପଞ୍ଚ ନର୍ମଦା ଦାଶ ନୁଆଁ ଶାଢ଼ୀ ସହ ପୂଜା ସାମଗ୍ରୀ ଯୋଗାଇ ଦେବା ପରେ ସେମାନେ କେନ୍ଦ୍ର ପରିସରରେ ସାବିତ୍ରୀ ବ୍ରତ ପାଳନ କରିଥିଲେ ।କାଞ୍ଚନା ସଙ୍ଗରୋଧ କେନ୍ଦ୍ର ରେ ରହୁଥିବା ୧୨ ଜଣ ମହିଳା ଅନ୍ତେବାସୀ ଙ୍କୁ ସରପଞ୍ଚ ଚିତ୍ରସେନ ଘୋଷ ପୂଜା ସାମଗ୍ରୀ ଯୋଗାଇ ଦେବା ପରେ ସେମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ।ସେହିପରି ବ୍ଲକ ର ଅନ୍ୟାନ୍ୟ ସଙ୍ଗରୋଧ କେନ୍ଦ୍ର ରେ ମଧ୍ୟ ସରପଞ୍ଚ ମାନଙ୍କ ସହଯୋଗ ରେ ମହିଳା ଅନ୍ତେବାସୀ ମାନେ ଆଜି ସାବିତ୍ରୀ ବ୍ରତ ପାଳନ କରିଥିବା ଖବର ମିଳିଛି ।ଏପଟେ ଖଲ୍ଲିକୋଟ ସହରରେ ସବୁ ମନ୍ଦିର ରେ ପ୍ରଶାସନ ପକ୍ଷରୁ ତାଲା ପକାଇ ଦିଆଯାଇଥିବାରୁ ସକାଳୁ ସକାଳୁ ପୂଜା କରିବା କୁ ଆସିଥିବା ମହିଳା ଭକ୍ତ ମାନେ ନିରାଶ ହୋଇ ଘରକୁ ଫେରି ଯାଉଥିବା ଦେଖିବାକୁ ମିଳିଥିଲା ।ମନ୍ଦିର ରେ ତାଲା ପଡିଥିବା ରୁ ସାବିତ୍ରୀ ବ୍ରତ ରେ କିଛି ରୋଜଗାର ର ଆଶା ରଖିଥିବା ମନ୍ଦିର ର ପୂଜକ ମାନେ ମଧ୍ୟ ନିରାଶ ହୋଇଛନ୍ତି ।ତେବେ ତହସିଲଦାର ଚକ୍ରଧର ପାଢ଼ୀ ପରେ ମନ୍ଦିର ରେ ପହଞ୍ଚି ଚାବି ଦେବା ପରେ ମନ୍ଦିର ଖୋଲା ଯାଇ ଠାକୁର ମାନଙ୍କ ଅବକାଶ ନୀତି ଅନୁଷ୍ଠିତ ହୋଇଥିଲା ।ଏହା କୁ ନେଇ ଭକ୍ତ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Comments are closed.