ସଙ୍ଗରୋଧ କେନ୍ଦ୍ରରୁ ଉଦ୍ଧାର ବଜ୍ରକାପ୍ତାର ହେବ କରୋନା ଟେଷ୍ଟ

ଭୁବନେଶ୍ୱର : ମେ ୨୬:ବଡମ୍ବା ନିକଟ ମହୁଲିଆ ଗାଁରୁ ଉଦ୍ଧାର କରଯାଇଥିବା ବଜ୍ରକାପ୍ତାର କରୋନା ଟେଷ୍ଟ କରାଯିବ । ତାର ସ୍ୱ୍ୱାବ ନମୁନା ନିଆଯାଇ ଲ୍ୟାବରୋଟୋରୀରେ ଟେଷ୍ଟ ପାଇଁ ପଠାଯିବ ବୋଲି ସୂଚନା ଦେଇଛନ୍ତି ଆଠଗଡ ଡିଏଫ୍‌ଓ ସସ୍ମିତା ଲେଙ୍କା । ୪ କିଲୋ ଓଜନର ଏହି ବଜ୍ରକାପ୍ତାର ଅବସ୍ଥା ଏବେ ସୁସ୍ଥ ଅଛି ଓ ପରୀକ୍ଷଣ ପରେ ତାକୁ ଜଙ୍ଗଲ ଛଡାଯିବା କଥା ମାତ୍ର କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଉଦ୍ଧାର ହୋଇଥିବାରୁ ହେଲେ ଆବଶ୍ୟକ ପଡିଲେ ତାର କରୋନା ଟେଷ୍ଟ କରାଯାଇପାରେ । ଅପରପକ୍ଷରେ କେଉଁ ପରିସ୍ଥିତିରେ ବଜ୍ରକାପ୍ତାଟି କ୍ୱାରେଣ୍ଟିନ୍‌ ସେଣ୍ଟରକୁ ଆସିଲା ସେ ନେଇ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି । ରାଜ୍ୟରେ ବଜ୍ରକାପ୍ତା ଚାଲାଣ ମାଫିଆ ସକି୍ରୟ ହୋଇଥିବାବେଳେ କ୍ୱରେଣ୍ଟାଇନ୍‌ ସେଣ୍ଟରରୁ ଏହି ବଜ୍ରକାପ୍ତା ଉଦ୍ଧାର ହେବା ଘଟଣା ବାବଦରେ ଅଧିକ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି । ବଜ୍ରକାପ୍ତା ଚାଲାଣ ନେଇ ଅଦ୍ୟାବଧି ରାଜ୍ୟରେ ୩୦ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇ ସାରିଥିଲା ବେଳେ ଏନେଇ ମଧ୍ୟ ତନାଘନା ଜାରି ରହିଛି ।

Comments are closed.