ସଂକ୍ରମଣ ଚିନ୍ତା; ଲୋକସେବା, ଖାରବେଳ, କୃଷି ଓ ରାଜୀବ ଭବନକୁ ଲୋକଙ୍କୁ ମନା

ଭୁବନେଶ୍ୱର(ସବୁ୍ୟ): ଜୁଲାଇ ୦୨:ରାଜଧାନୀରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ୁଛି । ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଯଥା ସାଧ୍ୟ ଉଦ୍ୟମ କରୁଛନ୍ତି । ସଂକ୍ରମଣ ଯେପରି ଅଧିକ ନବ୍ୟାପେ ସେଥିପାଇଁ ସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ପ୍ରବେଶୁପରେ କଟକଣା ଲାଗୁ କରିଛନ୍ତି । ଫଲରେ ଏଣିକି ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ ଏବଂ ରାଜୀବ ଭବନକୁ ସାଧାରଣ ଲୋକ ପ୍ରବେଶ କରିପାରିବେ ନାହିଁ ।

ପୂର୍ବରୁ ଅଫିସରମାନଙ୍କର ଅନୁମତିକ୍ରମେ ଲୋକେ ନିଜର କାମ ପାଇଁ ଏସବୁ ଦପ୍ତରକୁ ଯାଇପାରୁଥିଲେ । ମାତ୍ର କରୋନା କଟକଣା ପାଇଁ ସରକାର ଏହି ବ୍ୟବସ୍ଥାକୁ ବନ୍ଦ କରିଛନ୍ତି । କେବଳ ସେତିକି ନୁହେଁ ଏହିସବୁ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କର ସୁବଦିନ ସ୍କି୍ରନିଂ କରାଯିବ । ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ଗୃହ ବିଭାଗ ପକ୍ଷରୁ କୁହାଯାଇଛି । ପୂର୍ବରୁ ଜାରି ହୋଇଥିବା ପାସ୍‌ ଗୁଡ଼ିକ ଅଚଳ ହୋଇଯାଇଛି । କୌଣସି ବ୍ୟକ୍ତିଙ୍କର ଜରୁରୀ କାମ ଥିଲେ, ଗୃହ ବିଭାଗର ସ୍ୱତନ୍ତ୍ର ସଚିବଙ୍କ ଠାରୁ ସଂପୃକ୍ତ ବିଭାଗର ସଚିବଙ୍କ ଜରିଆରେ ଅନୁମତି ପାଇବା ପରେ ସେ ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ ଏବଂ ରାଜୀବ ଭବନକୁ ପ୍ରବେଶ କରିପାରିବେ ।

Comments are closed.