ଶ୍ରୀମନ୍ଦିର ଚତୁଃପାଶ୍ୱର୍ରୁ ପୁଣି ଉଚ୍ଛେଦ ଆରମ୍ଭ

ରିପୋର୍ଟ : ନୃସିଂହ ଚରଣ ମହାନ୍ତି
ପୁରୀ,୨୯ା୫(ସବ୍ୟୁ):ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଲକଡାଉନ୍ ଯୋଗୁଁ ଦୀର୍ଘ ଅଢ଼େଇମାସ ଧରି ବନ୍ଦ ରହିଥିବା ଐତିହ୍ୟ କରିଡରର ଉନ୍ନତିମୂଳକ କାର୍ଯ୍ୟ ଶୁକ୍ରବାର ଠାରୁ ପୁଣି ଆରମ୍ଭ ହୋଇଛି । ଆଜି ଉତ୍ତରପାଶ୍ୱର୍ ମଠର ଅବଶିଷ୍ଟ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇ ଦୋଳବେଦୀ କୋଣରେ ଥିବା ଦୋକାନଘରଗୁଡିକୁ ଭଙ୍ଗାଯାଇଛି । ଦୁଇଟି ଏସ୍କାଭେଟର ସହାଯ୍ୟରେ ଲକଡାଉନ୍ ପୂର୍ବରୁ ମଠ ପରିସରରେ ଥିବା ବିଭିନ୍ନ ଗୃହ ଓ ସମ୍ମୁଖ ଭାଗରେ ଥିବା ଦୋକାନଗୁଡିକୁ ଭାଙ୍ଗି ଦିଆଯାଇଥିଲା । ଉପଜିଲ୍ଲାପାଳଙ୍କ ଭବତାରଣ ସାହୁଙ୍କ ନେତୃତ୍ୱରେ ଚାଲିଥିବା ଏହି ଉଚ୍ଛେଦ କାର୍ଯ୍ୟ ସମୟରେ ଆଇନ୍ ଶୃଙ୍ଖଳା ରକ୍ଷାଲାଗି ଦୁଇପ୍ଲାଟୁନ ପୁଲିସ ଉପସ୍ଥିତ ଥିଲେ ।

Comments are closed.