ଶ୍ରୀମନ୍ଦିର ଆଜି ଚାରିଘଣ୍ଟା ଭକ୍ତଙ୍କ ପାଇଁ ବନ୍ଦ

0

ଭୁବନେଶ୍ୱର: ଅଗଷ୍ଟ ୨୫ : ଆଜି ପବିତ୍ର ଭାଦ୍ରବ ମାସ କୃଷ୍ଣ ତୃତୀୟା ତିଥି ହୋଇଥିବାରୁ ଆଜି ତିନି ଦିଅଁଙ୍କର ‘ବନକଲାଗି’ ରୀତିନୀତି ହେବାକୁ ଯାଉଛି । ଏହା ଏକ ଗୁପ୍ତ ନୀତି । ଏହି ନୀତି ସମୟରେ କୌଣସି ଭକ୍ତ ଠାକୁରଙ୍କୁ ଦର୍ଶନ କରିପାରିବେ ନାହିଁ । ତେଣୁ ଭକ୍ତଙ୍କ ଲାଗି ୪ ଘଣ୍ଟା ଶ୍ରୀମନ୍ଦିର ବନ୍ଦ ରହିବ । ଶ୍ରୀଠାକୁରଙ୍କ ଏହି ନୀତି ଅପରାହ୍ନ ପ୍ରାୟ ୪ରୁ ଆରମ୍ଭ ହୋଇ ରାତ୍ରି ପ୍ରାୟ ୮ ସମୟ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ପୁରୀ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ପ୍ରବେଶ ବନ୍ଦ କରାଯାଇଛି । ତେବେ ଆସନ୍ତା କାଲି ସକାଳ ୭ଟା ସମୟରେ ଭକ୍ତ ମହାପ୍ରଭୁଙ୍କୁ ପୁଣି ଦର୍ଶନ କରିପାରିବେ ।
‘ନବକଲାଗି’ ରୀତିରେ ତିନି ଠାକୁରଙ୍କର ବିଭିନ୍ନ ଅଙ୍ଗରେ ସୁବାସିତ ପ୍ରାକୃତିକ ରଙ୍ଗ ଲେପନ କରାଯାଇ ଠାକୁରଙ୍କୁ ସଜାଇ ନୂଆ ରୂପ ଦିଆଯାଏ । ହିଙ୍ଗୁଳା, ହରିତାଳ, କସ୍ତୁରୀ, କେଶର, କଇଁଥ ଆଦି ଅଠାରୁ ପ୍ରସ୍ତୁତ ବନକା ଆଦି ପ୍ରାକୃତିକ ରଙ୍ଗକୁ ନେଇ ଶ୍ରୀଅଙ୍ଗକୁ ସଜାଇ ଦିଆଯାଏ ।

Leave A Reply

Your email address will not be published.