ଶୁକ୍ରବାର ୭ ବଦଳରେ ରାତି ୧୦ରୁ କର୍ଫୁ୍ୟ; ଗ୍ରାହକଙ୍କ ଲାଗି କର୍ଫୁ୍ୟ କୋହଳ

ମା ଉଗ୍ରତାର ପୀଠ ଓ ବରୁଣେଇରେ ୧୪୪ ଧାରା

0

ଭୁବନେଶ୍ୱର(ସବୁ୍ୟ):ଜୁନ ୧୧: ଗ୍ରାହକଙ୍କ ଲାଗି କର୍ଫୁ୍ୟ କୋହଳ । ସନ୍ଧ୍ୟା ୭ଟା ବଦଳରେ ରାତି ୧୦ଟାରୁ କର୍ଫୁ୍ୟ କୋହଳ ଲାଗିବ । ରଜ ପର୍ବ ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।
ରଜ ପର୍ବକୁ ନଜରରେ ରଖି ଶୁକ୍ରବାର ରାତିର କର୍ଫୁ୍ୟକୁ କୋହଳ କରାଯାଇଛି । ଆସନ୍ତାକାଲି(ଶୁକ୍ରବାର) ସନ୍ଧ୍ୟା ୭ଟାରୁ କର୍ଫୁ୍ୟ ଜାରି ହେବ ନାହିଁ । ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ୧୨ ତାରିଖ ରାତି ୧୦ରୁ କର୍ଫୁ୍ୟ ଲାଗୁ ହେବ । ରବିବାର ପହିଲି ରଜ । ଶନିବାର ଓ ରବିବାର ସଟ୍‌ ଡାଉନ୍‌ ରହିବ । ତେଣୁ ଶୁକ୍ରବାର ସନ୍ଧ୍ୟାର କର୍ଫୁ୍ୟ କୋହଳ କରିବାକୁ ନିଷ୍ପତ୍ତି ହୋଇଛି ।
ଅନ୍ୟପଟେ ରଜ ଉତ୍ସବକୁ ଦୃଷ୍ଟିରେ ରଖି କରୋନା ପାଇଁ ମା ଉଗ୍ରତାର ପୀଠ ଓ ବରୁଣେଇ ମନ୍ଦିରରେ ଲାଗିବ ୧୪୪ ଧାରା । ୧୪ ତାରିଖରୁ ୨୦ ତାରିଖ ଯାଏଁ ପ୍ରତିବର୍ଷ ସେଠାରେ ରଜ ଉତ୍ସବ ପାଳନ କରାଯାଏ । ଅଧିକ ଜନସମାଗମ ହେବାର ସମ୍ଭାବନା ଥିବାରୁ ଏଠାରେ ୭ ଦିନ ଧରି ୧୪୪ ଧାରା ଜାରି କରାଯିବ । ଏହି ସମୟରେ କୌଣସି ପ୍ରକାର ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବନି । ସେହିପରି କେନ୍ଦୁଝରରେ ରଜ ପର୍ବ ପାଳନ ପାଇଁ ହେଉଥିବା ସମସ୍ତ ପ୍ରକାର ମେଳା, ମେହୋତ୍ସବ ଓ ଦୋଳି ଖେଳ ଉପରେ ରୋକ୍‌ ଲଗାଇଛି ଜିଲ୍ଲା ପ୍ରଶାସନ । ଆସନ୍ତା ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି କଟକଣା ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ସମୟରେ କୌଣସି ପ୍ରକାର ଜନସମାଗମ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି । ତେବେ ଏହି ସମୟରେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଗାର୍ମେଣ୍ଟ ଓ ଷ୍ଟେସନାରୀ ଦୋକାନ ସମେତ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ଦେକାନ ଖୋଲା ରହିବ । ତେବେ ଅନ୍ୟ ଦୋକାନ ଗୁଡିକ ସକାଳ ୭ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲାବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି ।

Leave A Reply

Your email address will not be published.