ଶୁକ୍ରବାରଠାରୁ ଅଫ୍‌ଲାଇନ୍‌ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଜୁଲାଇ ୨୯: ଆସନ୍ତା କାଲିଠୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା । ଏହି ପରୀକ୍ଷା ଅଫ୍‌ଲାଇନ୍‌ ମୋଡରେ ଅନୁଷ୍ଠିତ ହେବ । ରାଜ୍ୟର ୫୦୪ଟି କେନ୍ଦ୍ରରେ ପରୀକ୍ଷା କରାଯାଇଛି । ୧୧ ହଜାର ୧୫୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କରୋନା ନିୟମକୁ କଡ଼ାକଡ଼ି କରି ବିଦ୍ୟାଳୟମାନ ଖୋଲାଯିବ ।
ମାଟ୍ରିକ୍‌ ପରୀକ୍ଷାରେ ନିୟୋଜିତ ଥିବା ସମସ୍ତ କର୍ମଚାରୀଙ୍କର କୋଭିଡ ପରୀକ୍ଷା କରାଯାଇଛି ।
ପରୀକ୍ଷା କେନ୍ଦ୍ରଗୁଡ଼ିକରେ ମୋବାଇଲ୍‌ ଫୋନ୍‌କୁ ନିଷେଧ କରାଯାଇଛି । ପରୀକ୍ଷା ପୂର୍ବରୁ କର୍ମଚାରୀ ବା ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ର୍ଥମାଲ ସ୍କାନିଂ କରି ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟରେ ପ୍ରବେଶ କରାଇବେ । ସୂଚନା ଅନୁସାରେ, କରୋନା ଦ୍ୱିତୀୟ ଲହର ସକାଶେ ସରକାର ଚଳିତ ବର୍ଷ ମାଟ୍ରିକ୍‌ ବାତିଲ କରିଥିଲେ । ବିକଳ୍ପ ମୂଲ୍ୟାଙ୍କନ ସ୍ୱରୂପ ପ୍ରିବୋର୍ଡ଼ ପରୀକ୍ଷା ଆଧାରରେ ପିଲାମାନଙ୍କୁ ମାର୍କ ଦିଆଯାଇଥିଲା । ଯେଉଁମାନେ ପ୍ରିବୋର୍ଡ ପରୀକ୍ଷା ଦେଇନଥିଲେ ସେମାନଙ୍କର ମୂଲ୍ୟାଙ୍କନ ନବମ ପରୀକ୍ଷା ଆଧାରରେ କରାଯାଇଥିଲା । ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ମାର୍କକୁ ମଧ୍ୟ ବିଚାରକୁ ନିଆଯାଇଥିଲା ।

Comments are closed.