ଶୀତ ସକାଳ

ଜନ୍ମେଜୟ ପଣ୍ଡା

ଶୀତାର୍ଭ ପ୍ରଭାତର ଶଈତ୍ୟରେ ଶୀହରିତ ହେଇଉଠେ ତନୁକାନ୍ତି ।
ତଦ୍ଦଣ୍ଡ ତେଜପୁଞ୍ଜ ତପନ ତୁଳିତଳ୍ପ ଶଯ୍ୟାତ୍ୟାଗୀ ହେଇ,
ବିଦୀର୍ଣ୍ଣ ଦୂର ଦିଗବଳୟରୁ ତପ୍ତକାଞ୍ଚନ ସମ କରରାଜିରେ,
ଉଦ୍ଭାସିତ କରନ୍ତି ଶସ୍ୟଶ୍ୟାମଳା ଏ ପୁଣ୍ୟତୋୟା କ୍ଷିତି ।। ୧।।
କାଞ୍ଚନକ୍ଷୋଟୋପା ସବୁ ହୀର କସମ ଝଲସି ଉଠନ୍ତି
ମୁହୂର୍ତ୍ତ କେଇଟା ପାଇଁ,
ତିରସ୍କୃତ ବୈଶାଖ ମାନସପଟ୍ଟକୁ ଭାସିଆସି
ସତେଯେମିତି ପରିହାସ କରି କହେ
ମୋ ତେଜକୁ ଅବଜ୍ଞା କରିଲୁ କାହିଁ ।।୨।।
ଧୂମ୍ରାଭ ଧରଣୀର ରକ୍ତିମ ଅଧର ସମ ରକ୍ତ କିଶଳୟସବୁ ମର୍ଦ୍ଦିତ କରେ ହୃଦୟ
ନା ଥାଏ ମେଘର ଦୁନ୍ଦୁଭି , ନା ଥାଏ ପବନର ଗର୍ଜନ
ତଥାପି ଶୀତର ପ୍ରଭାବ ହେଇଯାଏ ଦୁର୍ଜୟ ।।୩।।

Comments are closed.