ଶୀତବସ୍ତ୍ରରୁ କିପରି ଛଡ଼ାଇବେ ଦାଗ ? ଜାଣିବା ପାଇଁ ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର

0

 ସମୟ ଲାଇଭ୍‍,୨୮/୧୦: ଊଲ୍‍ରେ ତିଆରି ଶୀତବସ୍ତ୍ର ସଫା କରିବା ଗୃହିଣୀଙ୍କ ପାଇଁ ଏକ ସମସ୍ୟା ସଦୃଶ। ତେବେ ଏହି ଶୀତବସ୍ତ୍ରଗୁଡ଼ିକରେ କୌଣସି ଦାଗ ଲାଗିଯାଏ ତେବେ ଏହା ଗୃହିଣୀଙ୍କ ସମସ୍ୟାକୁ ବଢ଼ାଇ ଦେଇଥାଏ। ଏଣୁ ଜାଣିରଖନ୍ତୁ କେଉଁ ଉପାୟରେ ଆପଣଙ୍କ ପ୍ରିୟ ଶୀତବସ୍ତ୍ରକୁ ଦାଗମୁକ୍ତ କରି ବ୍ୟବହାର କରିପାରିବେ।

 ଆପଣଙ୍କ ଶୀତବସ୍ତ୍ରରୁ ଦାଗ ଛଡ଼ାଇବା ପାଇଁ ଆପଣ ଇଜି ବ୍ୟବହାର କରନ୍ତୁ।
ଊଲ୍‍ ତିଆରି ବସ୍ତ୍ରକୁ ଗରମ ପାଣିରେ ସଫା କରନ୍ତୁ ନାହିଁ କିମ୍ବା ଡ଼୍ରାୟର୍‍ ଦିଅନ୍ତୁ ନାହିାଁ
ଚା’ କିମ୍ବା ପନିପରିବା ରସ ଲାଗିଗଲେ ଏହାକୁ ଶୁଖିବା ପୂର୍ବରୁ ତୁରନ୍ତ ଧୋଇଦିଅନ୍ତୁ। ଯଦି ଆପଣ ବ୍ୟସ୍ତତା କାରଣରୁ ସେହି ସମୟରେ ଧୋଇ ନ ପାରୁଛନ୍ତି ତେବେ ଦାଗ ହୋଇଥିବା ଅଂଶରେ କିଛି ପାଉଡ଼ର ଲଗାଇଦିଅନ୍ତୁ ଏବଂ ସମୟ ମିଳିଲେ ପରେ ସଫା କରନ୍ତୁ।

 ମନେରଖନ୍ତୁ ଯେତେବେଳେ ଆପଣ କୌଣସି ଶୀତବସ୍ତ୍ରରୁ ଦାଗ ଛଡ଼ାଉଛନ୍ତି ତେବେ ଏହାକୁ ଓଲାଟାଇ ସଫା କରନ୍ତୁ ଏହାଦ୍ୱାରା ଏହି ବସ୍ତ୍ର ନଷ୍ଟ ହୁଏ ନାହିଁ।
କୌଣସି ଷ୍ଟ୍ରଙ୍ଗ୍‍ ଡ଼ିଟାଜେଣ୍ଟ କିମ୍ବା ସାବୁନ୍‍ ବ୍ୟବହାର କରନ୍ତୁ ନାହିଁ।
ଆପଣ ଚାହିଁଲେ ଶୀତବସ୍ତ୍ର ସଫା କରିବା ପାଇଁ ବେବି ସାମ୍ପୋ ବ୍ୟବହାର  କରିପାରିବେ।

Leave A Reply

Your email address will not be published.