ଶହୀଦ ଡିଏସପି ଙ୍କ ପତ୍ନୀଙ୍କର କ୍ଷୋଭ; ବିକାଶର ଏନକାଉଣ୍ଟର ଉପରେ ପ୍ରଶ୍ନ ଉଠାଉଥିବା ବ୍ୟକ୍ତି ଦେଶଦ୍ରୋହୀ

0

କାନପୁର : ଜୁଲାଇ ୧୩: ମୋ ବାପା ପରିବାର ଚିନ୍ତା ଛାଡି ନିଜ କର୍ତ୍ତବ୍ୟ ପାଳନ କରିବା ପାଇଁ ନିଜ ଜୀବନ ହରାଇଲେ । ତାଙ୍କର ଶହୀଦ ହେବା ହିଁ ପ୍ରମାଣିତ ହେଲା ଯେ ସେ ନିର୍ଭୟରେ ଅପରାଧୀଙ୍କୁ ସାମ୍ନା କରୁଥିଲେ । ଅପରାଧୀମାନଙ୍କ ପ୍ରତି ସେ କେବେ ବି ନରମ ଆଭିମୁଖ୍ୟ ଗ୍ରହଣ କରିନଥିଲେ । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆମ ସହ କଥା ହେବାବେଳେ ଆମକୁ ଆଶ୍ୱାସନା ଦେଇ କହିଥିଲେ ଯେ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତାହା ମଧ୍ୟ ସେ ପୁରଣ କରିଛନ୍ତି । ଏହା ହେଉଛି ଭଗବାନଙ୍କ ନ୍ୟାୟ । ସହିଦ ଡିଏସପି (ସିଓ ବିଲ୍ଲେ୍‌ହାର) ଦେବେନ୍ଦ୍ର କୁମାର ମିଶ୍ରଙ୍କ ଝିଅ ବୈଷ୍ଣବୀ ଏବଂ ବୈଶାର୍ଦୀ ଏହା କହିଛନ୍ତି । ସହିଦ ଡିଏସପିଙ୍କ ପତ୍ନୀ ଆଶା କହିଛନ୍ତି ଯେ ଦେବେନ୍ଦ୍ର ସବୁବେଳେ ନିଜ କାମକୁ ପ୍ରାଥମିକତା ଦିଅନ୍ତି । ନିର୍ଭୟରେ କାର୍ଯ୍ୟ କରନ୍ତି ସେ I
କଦାପି କାହାର ଚାପରେ ଆସନ୍ତି ନାହିଁ I କର୍ତ୍ତବ୍ୟ ପାଳନ କରିବା ସମୟରେ ହିଁ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ବର୍ତ୍ତମାନ ଯେତେବେଳେ ସେହି ପାପି ବିକାଶ ଦୁବେକୁ ଏନକାଉଣ୍ଟର କରି ମାରିଦିଆଯାଇଛି, ଲୋକମାନେ ପ୍ରଶ୍ନ ଉଠାଉଛନ୍ତି I ଏହା ଏକ ଲଜ୍ଜାଜନକ ବିଷୟ । ଏହା ସହିଦମାନଙ୍କ ପାଇଁ ଅପମାନ । ସେ କହିଛନ୍ତି ଯେ ଯେଉଁମାନେ ଏହି ଏନକାଉଣ୍ଟର ଉପରେ ପ୍ରଶ୍ନ କରନ୍ତି, ସେମାନେ ମଧ୍ୟ ବିକାଶ ଦୁବେ ଭଳି ମାନସିକତା ରଖୁଥିବା ବ୍ୟକ୍ତି ଅଟନ୍ତି । ସେମାନେ ଦେଶଦ୍ରୋହୀ । ପତ୍ନୀ ଆଶା ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଜେଲରେ ଥିବା ଏସଓ ବିନୟ ତିୱାରୀ ଏବଂ ପୋଲିସ ଅଧିକାରୀ କେ.କେ ଶର୍ମାଙ୍କୁ ମଧ୍ୟ ବିକାଶ ଦୁବେ ଭଳି ସମାନ ଦଣ୍ଡ ଦିଆଯିବା ଉଚିତ୍‌ । ପତ୍ନୀ ଆଶା କହିଛନ୍ତି ଯେ ଦେବେନ୍ଦ୍ର ସବୁବେଳେ କହୁଥିଲେ ଯେ ମୁଖ୍ୟମନ୍ତ୍ରୀ ଏବଂ ସରକାର ବର୍ତ୍ତମାନ ଶକ୍ତିଶାଳୀ । ଅପରାଧୀମାନେ ବଞ୍ଚିବେ ନାହିଁ । ସେଥିପାଇଁ ସେମାନେ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ I ଆଜି ଯେତେବେଳେ ଏତେ ବଡ ଘଟଣା ଘଟିଲା, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ସମୟରେ ଦୃଢତାର ସହ ପଦକ୍ଷେପ ନେଇଥିଲେ । ଆଜି ବି ସରକାର ନିରନ୍ତର ଭଲ କାମ କରୁଛନ୍ତି I ମୋର ବିଶ୍ୱାସ ଯେ ସରକାର ଏହି ଘଟଣାରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବେ । ପନିୀ ଆଶା କହିଛନ୍ତି ଯେ ଯେତେବେଳେ ସେ ପ୍ରୟାଗରାଜରେ ଜିଆରପିରେ କାର୍ଯ୍ୟ କରୁଥିଲେ ଥରେ ଜଣେ କୁଖ୍ୟାତ ବଦମାଶକୁ ଧରିବା ପାଇଁ ଯାଇଥିଲେ । ଅନେକ ଅଧିକାରୀ ସେହି ଅପରାଧୀ କୁ ଧରିବା ପାଇଁ ତାଙ୍କୁ ମନା କରୁଥିଲେ I କିନ୍ତୁ ସେ ରାଜି ହୋଇନଥିଲେ । ବରଂ ତା ଘର ମଧ୍ୟରେ ପ୍ରବେଶ କରି ତାକୁ ଧରିଥିଲେ । ସହିଦ ଡିଏସପିଙ୍କ ବଡ ଝିଅ ବୈଷ୍ଣବୀ ଏବେ ବିଏସସି ପଢୁଛନ୍ତି । ସହିଦ ଦେବେନ୍ଦ୍ରଙ୍କ ଇଚ୍ଛା ଥିଲା ତାଙ୍କ ଝିଅ ଡାକ୍ତର ହେଉ ବୋଲି, ସେଥିପାଇଁ ସେ ଝିଅକୁ ଡାକ୍ତରୀ ପ୍ରସ୍ତୁତି କରାଉଥିଲେ । କିନ୍ତୁ ବର୍ତ୍ତମାନ ବୈଷ୍ଣବୀ କହିଛନ୍ତି ଯେ ସେ ପୋଲିସରେ ଭର୍ତ୍ତି ହେବେ ଏବଂ ଅପରାଧୀଙ୍କୁ ଏକ ଶିକ୍ଷା ଦେବେ । ତାଙ୍କ ପିତା ଯେଉଁଠାରୁ ଶେଷ କରିଛନ୍ତି ସେଠାରୁ ସେ ପୁଣି ଥରେ ଆରମ୍ଭ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ।

Leave A Reply

Your email address will not be published.