ଶରଜିଲ୍ ଇମାମ୍ ବିହାରରୁ ଗିରଫ

ନୂଆଦିଲ୍ଲୀ: ବିହାରର ସାହିନ୍ବାଗ୍ରେ ସିଏଏକୁ ବିରୋଧ କରି ଧାରଣା ଚାଲୁଥିବାବେଳେ ଜେଏନୟୁ ଛାତ୍ର ଶରଜିଲ୍ ଇମାମ୍ ସେଠାରେ ଦେଇଥିବା ଉତ୍ତେଜକ ଭାଷଣକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ତାଙ୍କ ନାଁରେ ଏତଲା ଦାଏର ହୋଇଥିଲା । ମଙ୍ଗଳବାର ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଛି । ବିହାର ସାହିନ୍ବାଗରେ ସିଏଏକୁ ବିରୋଧ କରି ପ୍ରତିବାଦ ସଭା ଚାଲୁଥିବାବେଳ ଇମାମ୍ ନାଗରିକତା ସଂଶୋଧନ ଓ ଯୋଜନାବଦ୍ଧ ଆଇନ ଓ ଜାତୀୟ ନାଗରିକ ପଞ୍ଜୀକରଣକୁ ନେଇ ଉତ୍ତେଜକ ଭାଷଣ ଦେଇଥିଲେ । ଏହାକୁ ନେଇ ବିଭିନ୍ନ ସ୍ଥାନରେ ତାଙ୍କ ନାଁରେ ଏଫଆଇଆର ଦିଆଯାଇଥିଲା । ତାଙ୍କୁ ଗିରଫ କରିବା ପାଇଁ ଦିଲ୍ଲୀ ପୋଲିସ ୫ଟି ଟିମ୍ ଗଠନ କରି ମୁମ୍ବାଇ, ପାଟନା ଓ ଦିଲ୍ଲୀରେ ରେଡ କରିଥିଲା । ମଙ୍ଗଳବାର ପୋଲିସ ତାକୁ ବିହାରରୁ ଗିରଫ କରିଥିବା ନେଇ କ୍ରାଇମ୍ବ୍ରାଞ୍ଚର ଡେପୁଟି କମିଶନର ରାଜେଶ ଦେଓ ସୂଚନା ଦେଇଛନ୍ତି ।

Comments are closed.