ଲୋକ ଆସିବେନି ସରକାରୀ ଅଫିସ; October ୨ ଯାଏ ଅନଲାଇନରେ ମିଳିବ ସେବା

0

ଭୁବନେଶ୍ୱର :ଜୁଲାଇ ୯: ଆଉ ଲୋକଙ୍କୁ ଆସିବାକୁ ପଡ଼ିବନି ସରକାରୀ ଅଫିସ । ଏଣିକି ଅନ୍‌ଲାଇନରେ ମିଳିବ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗ ପାଇଁ ୫-ଟି ପଦକ୍ଷେପ ଅଧୀନରେ ୮ଟି ଟେକ୍ନୋଲୋଜି ଚାଳିତ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ମୋ ସରକାର ଶାସନର ଗୁଣବତ୍ତାରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି । ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଯାହାକି ଏକ ଉନ୍ନତ ପ୍ରଣାଳୀ ସ୍ଥାପନ କରିଛି । ଭୁବନେଶ୍ୱରରେ ମୂଲ୍ୟବାନ ସରକାରୀ ଜମିର ସୁରକ୍ଷା ତଥା ଯୋଜନାବଦ୍ଧ ବିକାଶ ସୁନିଶ୍ଚିତ କରିବା ପାଇଁ ମହାକାଶ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯିବ । ଏହା ସରକାରୀ ସମ୍ପତ୍ତିର ସାମଗ୍ରିକ ପରିଚାଳନାରେ ଅଧିକ ଦକ୍ଷତା ଆଣିବ ଏବଂ ନାଗରିକଙ୍କ ଦ୍ୱାରା ସରକାରୀ ଉତ୍ସକୁ ସହଜ ପ୍ରବେଶ ସହିତ ଉତ୍ତରଦାୟିତ୍ୱ ରଖିବ । ଆମକୁ ନିଶ୍ଚିତ କରିବାକୁ ପଡିବ ଯେ ସମସ୍ତ ଜନସେବା ଅନଲାଇନରେ ଉପଲବ୍ଧ ହେଉଛି । ଏଥିପାଇଁ କେଣସି ନାଗରିକ ସରକାରୀ କାର୍ଯ୍ୟାଳୟ ପରିଦର୍ଶନ କରିବାକୁ ପଡ଼ିବ ନାହିଁ । ଏହି ବ୍ୟବସ୍ଥା ଅଗଷ୍ଟ ୧୫ରେ ଲାଗୁ ହେବାକୁ ଥିବା ବେଳେ କୋଭିଡ୍‌ ଯୋଗୁଁ ବିଳମ୍ବିତ ହୋଇଛି । ତେବେ ଆସନ୍ତା October ୨ ତାରିଖ ପର୍ଯ୍ୟନ୍ତ ସମସ୍ତ ଜନସେବାକୁ ଅନଲାଇନରେ ଯୋଗାଇବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ସେଗୁଡ଼ିକ ହେଉଛି
ଭୁବନେଶ୍ୱର ଲ୍ୟାଣ୍ଡ ଇଉଜ୍‌ ଇଣ୍ଟେଲିଜେନ୍ସ ସିଷ୍ଟମ୍‌, ଇ-ପ୍ରବେଶ-ପରିଦର୍ଶକ ପାସ୍‌ ପରିଚାଳନା ବ୍ୟବସ୍ଥା, ଇ-ଭବନ-ଓଡ଼ିଶା ଭବନ ମ୍ୟାନେଜମେଣ୍ଟ ସିଷ୍ଟମ, ଇ-ଅତିଥି-ଷ୍ଟେଟ୍‌ ଗେଷ୍ଟ୍‌ ହାଉସ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌, ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା ୨.୦, ଏଚଆରଏମଏସ ମୋବାଇଲ୍‌ ଆପ୍‌, ମକଦ୍ଦମା ପରିଚାଳନା ବ୍ୟବସ୍ଥା ୨.୦, ଅନଲାଇନ୍‌ ମୋଡ୍ୟୁଲ ‌ ।

Leave A Reply

Your email address will not be published.