ଲେଖା ଓ ଲେଖକ: ମାଣ୍ଡିଆ ଘୋରା ଗୀତ

0
ସୁକାନ୍ତ ମିଶ୍ର

୧୯୬୫ରୁ ୧୯୬୭ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ସଦାଶିବ ତ୍ରିପାଠୀ ୧୯୪୯ରେ ହରେକୃଷ୍ଣ ମହତାବ ମନ୍ତ୍ରୀମଣ୍ଡଳରେ ଖାଦ୍ୟ ବିଭାଗ ଦାୟିତ୍ୱରେ ଥିଲେ । ସେ ବର୍ଷ ବର୍ଷା ଅଭାବରୁ ରାଜ୍ୟ ତମାମ ଫସଲ ହାନି ହେଲା । ସରକାରୀ ମହଲର ରିପୋର୍ଟ କି;ୁ ଥିଲା ଓଲଟା, କୁହାଯାଇଥିଲା- ସମ୍ବଲପୁର ଓ କୋରାପୁଟ ଜିଲ୍ଲାରେ ଖୁବ୍‌ ଭଲ ଫସଲ (ବମ୍ପର କ୍ରପ୍‌) ହୋଇଛି । କେନାଲଥିବା ଜିଲ୍ଲା କଟକ ଓ ଗଞ୍ଜାମରେ ଫସଲ ହାନି ତ ହେବାର ନାହିଁ – ଏ ଦୁଇ ଜିଲ୍ଲାରେ ବି ଷୋଳ ଅଣା ଫସଲ । ପୁରୀ ଜିଲ୍ଲାରେ ‘ଅଧା ବମ୍ପର କ୍ରପ୍‌’ । ପ୍ରକୃତପକ୍ଷେ ଓଡ଼ିଶା ଥିଲା ଖାଦ୍ୟ- ନିଅଣ୍ଟ ରାଜ୍ୟ । କି;ୁ ସରକାରୀ ରିପୋର୍ଟ ଆଧାରରେ ଖାଦ୍ୟମନ୍ତ୍ରୀ ମତ ଦେଲେ ଓଡ଼ିଶା ବଳକା ହୋଇଥିବା ଦୃଷ୍ଟିରୁ ଏ ପ୍ରଦେଶରେ ଖାଦ୍ୟ କମିଶନର ରହିବା ଦରକାର ନାହିଁ । (ତଥାପି ଜଣେ ଉଚ୍ଚ ବେତନଭୋଗୀ ଫୁଡ୍‌ କମିଶନର ନିଯୁକ୍ତି ପାଇଲେ ।)
ଓଡ଼ିଶାରେ ଖାଦ୍ୟର ଅଭାବ ନାହିଁ ବୋଲି ଦୋହରାଉଥିବା ଖାଦ୍ୟମନ୍ତ୍ରୀ ତ୍ରିପାଠୀ ଗଞ୍ଜାମ ଗସ୍ତରେ ଯାଇ ଅଭାବ ଦେଖି ଏବଂ ଚାଉଳ ଦିନକୁ ଦିନ ମହର୍ଗ ହେଉଥିବା ଜାଣି ଛତ୍ରପୁର ଠାରେ କହିଲେ- “ବ୍ୟସ୍ତ ହୁଅ ନାହିଁ, ସରକାର କୌଣସିଠାରେ ଦୁର୍ଭୀକ୍ଷ ପଡ଼ିବାର ଅବସ୍ଥା ଘଟାଇବେ ନାହିଁ । ବାହାରୁ ଦେଢ଼ଲକ୍ଷ ମହଣ ମାଣ୍ଡିଆ ଅଣାଯିବ ।’’
ସରକାର ତଥା ନେତାଙ୍କ ତ୍ରୁଟିବିଚୁ୍ୟତି ପଦାରେ ପକାଇ ଆସୁଥିବା ଗୋଦାବରୀଶ ମହାପାତ୍ର ତାଙ୍କ ମାସିକ ‘ନିଆଁଖୁଣ୍ଟା’ ପତି୍ରକାରେ ମାଇପୀ ବେଶରେ ସଦାଶିବ ତି୍ରପାଠୀଙ୍କୁ କାର୍ଟୁନ କରି ଘୋରଣା ଧରାଇ ଛିଗୁଲେଇବା ଭାଷାରେ ଲେଖିଲେ- ବାହାରୁ ଏତେ ମାଣ୍ଡିଆ ଅଣାଯିବାଦ୍ୱାରା “ନାରୀ ସମାଜ ଉପରେ ଘୋର୍‌ ଦାୟିତ୍ୱ ପଡ଼ିଲା । କାରଣ ମାଣ୍ଡିଆ ନ ଘୋରିଲେ ଖାଇହେବ ନାହିଁ । ଗୃହଶିଳ୍ପ ହିସାବରେ ନାରୀମାନେ ମାଣ୍ଡିଆ ଘୋରାରେ ତାଲିମ ହେବା ଉଚିତ । ଏଠାରେ ମାଣ୍ଡିଆ ଘୋରାର ପ୍ରଣାଳୀ କୁହାଗଲା ।-
“ମାଣ୍ଡିଆ ଘୋର ଗୋ ମାଣ୍ଡିଆ ଘୋର
ଯେତେ ଯହିଁ ଅଛ କାମିନୀ କୁଳ ।
ଘୋର ଗୋ ମାଣ୍ଡିଆ, କର ଗୋ ତମ୍ପା
ଅୟୀ ରମା, ଶ୍ୟାମା, ମାଳତୀ ଚମ୍ପା ।
ଏ ସାଲ ଫସଲ ଗଲାଣି ପୋଡ଼ି
ଚଳ ଗୋ ଏଥର ମାଣ୍ଡିଆ ଘୋରି ।
ଛାଡ଼ ପାହୁରାଣି, ଛାଡ଼ ଗୋ ଢିଙ୍କି
ସାହା ଏତେବେଳେ ଘୋରଣା ଚକି ।
ଘୋରଣା ଚକିରେ ଲାଗିଚି କଳ
କିଳା ପୋତା ଠାରେ ବାହୁର ବଳ ।
ଘିରି ଘିରି ଘିରି ବୁଲାଅ ଧରି
ପାଣିରେ ହୋଇବ ମାଣ୍ଡିଆ ଖିରି ।
ମାଣ୍ଡିଆ ଜାଉର ବହୁତ ଗୁଣ
ଲୋଡ଼ା ଖାଲି ତହିଁ ଦହି ଓ ଲୁଣ ।
ନ ମିଳୁ ଚିନି ବା ନ ମିଳୁ ଗୁଡ଼
ବସି ବସି ଖାଲି ମାଣ୍ଡିଆ ଘୋର ।
କର ଗପ ବସି ମାଣ୍ଡିଆ ଘୋରି
କିଶୋରୀ, ଯୁବତୀ, ପ୍ରୌଢ଼ା, ବୁଢ଼ୀ ।
କସିକାସି ଲୁଗା ଅଣ୍ଟାରେ ଭିଡ଼
ଘୋରଣା ପାଖରେ ଓଢ଼ଣା ଛାଡ଼ ।
ହାତେ ବାଜୁ ଥାଉ କାଚ ଓ ଖଡ଼ୁ
ଝୁମୁରୁ ଝୁମୁରୁ ମାଣ୍ଡିଆ ଘୋରୁଁ ।
ମାଣ୍ଡିଆ ଖାଇଲେ କାକର ପେଟ
ଖାଆନ୍ତି ମାଣ୍ଡିଆ ମନ୍ତ୍ରୀ ଓ ଲାଟ ।’’

Leave A Reply

Your email address will not be published.