ଲକ୍ଷେ ଜନସଂଖ୍ୟାରେ ସଂକ୍ରମିତଙ୍କ ସଂଖ୍ୟା ବିଶ୍ଵରେ ଅନ୍ୟ ଦେଶ ତୁଳନାରେ ଭାରତରେ କମ

0

ଭୁବନେଶ୍ୱର: ଜୁନ ୨୨:ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର 153ତମ ରିପୋର୍ଟ ଗତକାଲି (21.06.2020) ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁସାରେ ଜନବହୁଳ ଭାରତରେ ପ୍ରତି ଏକ ଲକ୍ଷ ଜନସଂଖ୍ୟା ତୁଳନାରେ ସଂକ୍ରମଣ ହାର ବହୁତ କମ ଥିବା ଦର୍ଶାଯାଇଛି । ଭାରତରେ ପ୍ରତି ଲକ୍ଷେ ଜନସଂଖ୍ୟାରେ 30.40 କରୋନା ରୋଗୀ ଥିବା ବେଳେ ବିଶ୍ଵରେ ଏହି ହାର ଭାରତଠାରୁ ତିନିଗୁଣରୁ ବି ଅଧିକ। ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ 671.24 ଜଣ କରୋନା ରୋଗୀ ଥିବା ବେଳେ ଜର୍ମାନୀ, ସ୍ପେନ ଏବଂ ବ୍ରାଜିଲରେ ଏହା ଯଥାକ୍ରମେ 583.88, 526.22 ଏବଂ 489.42 ରହିଛି । କୋଭିଡ-19 ବୈଶ୍ଵିକ ମହାମାରୀର ପ୍ରତିଷେଧକ ଓ ସୁପରିଚାଳନା ଯୋଗୁଁ ଏଭଳି କମ ରୋଗୀ ଦେଖାଯାଉଛନ୍ତି ବୋଲି କୁହାଯାଉଛି । ଏପର୍ଯ୍ୟନ୍ତ ମୋଟ 2,37,195 ଜଣ ରୋଗୀ ଆରୋଗ୍ୟ ଲାଭ କରିଥିବା ବେଳେ କେବଳ ଗତ 24 ଘଣ୍ଟା ମଧ୍ୟରେ 9,440 ଜଣ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥତା ହାର 55.77 ବୋଲି ଜଣାପଡିଛି ।

ବର୍ତ୍ତମାନ 1,74,387 ଜଣ ସକ୍ରିୟ ରୋଗୀ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆରୋଗ୍ୟ ଲାଭ କରୁଥିବା ଓ ସକ୍ରିୟ ରୋଗୀ ମଧ୍ୟରେ ପାର୍ଥକ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି I (PIB)

Leave A Reply

Your email address will not be published.