ଲକଡାଉନରେ ପୁଲିସର ସଂଯମ ଓ ମାନବିକତାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର :ଜୁନ ୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଦ୍ୱାରା ପୁଲିିସ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ରେଞ୍ଜର ଡିଆଇଜିଙ୍କ ସହିତ ଆଲୋଚନା କରିଛନ୍ତି । ଲକ୍‌ଡାଉନ ସମୟରେ ପୁଲିସର ସଂଯମ ଆଚରଣ ଓ ମାନବିକତାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଉକ୍ତ ସମୟରେ ପୋଲିସର କାର୍ଯ୍ୟ ଓ ଧର୍ଯ୍ୟ ଅତ୍ୟନ୍ତ ଉଚ୍ଚକୋଟିର ଥିଲା ଓ ପ୍ରତିଟି କର୍ତ୍ତବ୍ୟକୁ ଅତ୍ୟନ୍ତ ଶୃଙ୍ଖଳିତ ଭାବରେ ସଂପାଦନ କରିଥିଲେ । ବହୁ ସ୍ଥାନରେ ସମସ୍ୟାରେ ପଡିଥିବା ଲୋକଙ୍କ ପ୍ରତି ମାନବିକତାର ସହିତ ସହାୟତା ଦେଇଥିଲେ । ଏଥିପାଇଁ ଓଡ଼ିଶା ପୋଲିସ ବାହିନୀର ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି କରୋନା ଯୁଦ୍ଧ ସରିନାହିଁ । ତେଣୁ ଆମକୁ ଅଧିକ ସତର୍କ ହେବା ସହିତ ବୃତିଗତ ଦକ୍ଷତାର ସହ କାମ କରିବାକୁ ପଡିବ । ବାତ୍ୟା ଅମ୍ଫାନ ସମୟରେ ଓଡ୍ରାଫ ଓ ଅଗ୍ନିଶମ ସେବାର କର୍ମଚାରୀମାନେ ପଶ୍ଚିମବଙ୍ଗ ଯାଇ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । କରୋନା ଭୟ ସତ୍ତେ୍ୱ ସେମାନେ କୋଲକତାରେ ଯେଭଳି ବିପନ୍ନ ଲୋକଙ୍କୁ ସେବା ଯୋଗାଇ ଦେଲେ, ତାହା ପ୍ରଶଂସନୀୟ । କୋଲକତାରେ ବାତ୍ୟା ସମୟରେ ସହାୟତା ଯୋଗାଇବାକୁ ଯାଇ ଆମର ଓଡ୍ରାଫ ଓ ଅଗ୍ନିଶମ ସେବାର କର୍ମଚାରୀ ମାନେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିବା ସହିତ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି । ଅପରପକ୍ଷରେ ଲୋକଙ୍କ ଉତମ ସେବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । ଥାନା ଗୁଡ଼ିକରେ ଅଧିକ କର୍ମଚାରୀ ମୁତୟନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏହି ଭିଡ଼ିଓ କନଫେରେନ୍ସିରେ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ କରୋନା ଆହ୍ୱାନର ମୁକାବିଲା କ୍ଷେତ୍ରରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସବୁଠାରୁ ଆଗେରେ ଅଛନ୍ତି ।

Leave A Reply

Your email address will not be published.