ରୋହିତ କ୍ରିକେଟର ରୋହିତ ଶର୍ମା ପାଇବେ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର

ନୂଆଦିଲ୍ଲୀ, ଅଗଷ୍ଟ ୧୮ : ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଁ କ୍ରିକେଟର ରୋହିତ ଶର୍ମା ନାଁ ସୁପାରିଶ କରାଯାଇଛି l ପୁରସ୍କାର ଚୟନ କମିଟି ପକ୍ଷରୁ ଏହି ସୁପାରିଶ କରାଯାଇଥିଲା l ରୋହିତଙ୍କ ଛଡ଼ା ମହିଳା ରେସଲର ବିନେଶ ଫୋଗଟ, ଟେବୁଲ ଟେନିସ ପ୍ଲେୟାର ମୋନିକା ବାତ୍ରା ଓ ୨୦୧୬ ର ରିଓ ପାରା ଅଲିମ୍ପିକ୍ସ ରେ ସ୍ଵର୍ଣ ପଦକ ବିଜେତା ମାରିୟପ୍ପନ ଥଙ୍ଗବେଲୁ ଏବଂ ଭାରତୀୟ ମହିଳା ହକି ଦଳର କ୍ୟାପଟେନ ରାଣୀ ରାମପାଲ ଙ୍କ ନାଁ ମଧ୍ୟ ଏହି ପୁରସ୍କାର ପାଇଁ ନାମାଙ୍କିତ କରାଯାଇଛି l ଏହି ପୁରସ୍କାର ପାଇବାରେ ରୋହିତ ୪ ର୍ଥ କ୍ରିକେଟର ହେବେ l ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି l କରୋନା କାରଣରୁ ପ୍ରଥମଥର ପାଇଁ ଖେଳ ମନ୍ତ୍ରଣାଳୟ ଅନ ଲାଇନ ରେ ଆବେଦନ ମାଗିଥିଲେ l ଚଳିତବର୍ଷ ଖେଳରତ୍ନ ପାଇଁ ୪୨ ଟି ଆବେଦନ ଆସିଥିବା ବେଳେ ଅର୍ଜୁନ୍ ପୁରସ୍କାର ପାଇଁ ୨୧୫ ଖେଳାଳିଙ୍କ ନାମ ଦିଆଯାଇଥିଲା l

Comments are closed.