ରୂପେଶ ବାନେ ବାଜି ମାରିଲେ

ବଲିଉଡ୍‌ର ଜଣାଶୁଣା କୋରିଓଗ୍ରାଫର୍‌ ତଥା ନିର୍ଦ୍ଦେଶକ ରେମୋ ଡି’ସୌଜାଙ୍କ ଡ୍ୟାନ୍ସ ରିଆଲିଟି ଶୋ’ ‘ଡ୍ୟାନ୍ସ ପ୍ଲସ୍‌ ୫’ ଶେଷ ହୋଇଯାଇଛି। ଆଉ ଏହି ସିଜିନ୍‌ର ବିଜେତା ହୋଇଛନ୍ତି ରୂପେଶ ବାନେ। ଶୋ’ର ଜଜ୍‌ ରେମୋ ହିଁ ବିଜେତାଙ୍କ ନାଁ ଘୋଷଣା କରିଥିଲେ। ଏହାପରେ ଶୋ’କୁ ଆସିଥିବା ଅତିଥି ମିଥୁନ ଚକ୍ରବର୍ତ୍ତୀ ଓ ଧର୍ମେନ୍ଦ୍ର ରୂପେଶଙ୍କୁ ଟ୍ରଫି ସହ ୧୫ ଲକ୍ଷ ଟଙ୍କର ପୁରସ୍କାର ରାଶି ପ୍ରଦାନ କରିଥିଲେ। ରୂପେଶ ବିଜୟୀ ହେବା ପରେ ଭାବବିହ୍ୱଳ ହୋଇପଡ଼ିଥିଲେ। ତାଙ୍କ ଭାଇ ବି ଭାବହିହ୍ୱଳ ହୋଇପଡ଼ିଥିଲେ। ତାଙ୍କ ମେଣ୍ଟର ଧର୍ମେଶ୍‌ ବହୁତ ଖୁସି ହୋଇଥିଲେ। ସେ ସୋଶାଲ୍‌ ମିଡିଆରେ ଏକ ପୋଷ୍ଟ କରି ନିଜର ଖୁସି ପ୍ରକାଶ କରିଛନ୍ତି।ଶୋ’ର ଗ୍ରାଣ୍ଡ ଫିନାଲେରେ ବଲିଉଡ୍‌ର ବଡ଼ ବଡ଼ ସେଲେବ୍ରିଟି ଯୋଗ ଦେଇଥିଲେ। ଧର୍ମେନ୍ଦ୍ର ଓ ମିଥୁନ ଚକ୍ରବର୍ତ୍ତୀଙ୍କ ବ୍ୟତୀତ ଗାୟକ ଗୁରୁ ରନ୍ଧାୱା, ଟାଇଗର ଶ୍ରଫ୍ ଓ ଶ୍ରଦ୍ଧା କପରୁ ମଧ୍ୟ ସାମିଲ୍ ହୋଇଥିଲେ। 

Comments are closed.