ରିୟା-ମୋହନ ଉପାଖ୍ୟାନ

ଭୁବନେଶ୍ୱର: ଅଗଷ୍ଟ ୧୭

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅପମୃତୁ୍ୟ ମାମଲାରେ ଆଧ୍ୟାତ୍ମିକ ଗୁରୁ ମୋହନ ସଦାଶିବ ଜୋଶିଙ୍କ ବିବୃତି ସାମ୍ନାକୁ ଆସିଛି । ସୁଶାନ୍ତ ଡିପ୍ରେସନ୍‌ରେ ଥିବା ୨୦୧୯ରେ ରିୟା ଚକ୍ରବର୍ତ୍ତୀ ତାଙ୍କୁ କହିଥିଲେ । ମୋହନ କହିଛନ୍ତି, ୨୨ ଓ ୨୩ ନଭେମ୍ବରରେ ଦୁଇଦିନ ମୁଁ ସୁଶାନ୍ତଙ୍କୁ କର୍ନର-ଷ୍ଟୋନ୍‌ ରେସିଡେନ୍ସରେ ଦେଖା କରିଥିଲି । ପ୍ରଥମ ଦିନ ମୁଁ ତାଙ୍କୁ ଆଶୀର୍ବାଦ ଦେଇଥିଲି । ଦ୍ୱିତୀୟ ଦିନ ରିୟା ମୋତେ ଫୋନ୍‌ କରି କହିଲେ ସୁଶାନ୍ତ ବହୁତ ଭଲ । ସେଦିନ ଆମେ ତିନି ଜଣ ଏକାଠି ଲଞ୍ଚ୍‌ କରିଥିଲୁ ।
ମୋହନଙ୍କୁ ପ୍ରଶ୍ନ କରାଯାଇଥିଲା ରିୟା ତାଙ୍କୁ ଡାକିଥିଲେ ନା ଅନ୍ୟ କୌଣସି ମାଧ୍ୟମରେ ସୁଶାନ୍ତଙ୍କ ପର୍ଯ୍ୟନ୍ତ ପହଞ୍ଚିଥିଲେ । ଏହାର ଉତ୍ତରରେ ସେ କହିଥିଲେ, ‘ରିୟାହିଁ ମୋତେ ଡାକିଥିଲେ । ମୁଁ ନିଜର ବିଜ୍ଞାପନ କରେ ନାହିଁ । ମାନସିକ ବିଷାଦଗ୍ରସ୍ତ ଲୋକେ ମୋତେ ଗୁଗଲ୍‌ରେ ସର୍ଚ୍ଚ କରନ୍ତି ଓ ମୋ ସହ ସମ୍ପର୍କ କରନ୍ତି ।
ମୋହନ ତାଙ୍କ ହାତ ସାହାଯ୍ୟରେ ପୀଡ଼ିତଙ୍କ ଶରୀରକୁ ଶକ୍ତି ସଞ୍ଚାର କରିଥାନ୍ତି । ସେ କହିଛନ୍ତି, ‘ମୋ ହାତ ଗରମ ରହିଥାଏ । ଏହି ଶକ୍ତି ମଣିଷ ଶରୀର ମଧ୍ୟକୁ ଯାଇ ତାଙ୍କୁ ସୁସ୍ଥ କରିଥାଏ, ମୁଁ କରେ ନାହିଁ । ଏହି କାମ ପାଇଁ କୌଣସି ପ୍ରକାର ପାରିଶ୍ରମିକ ନିଏ ନାହିଁ । ଯଦି କେହି ଖୁସିରେ କିଛି ଦିଅନ୍ତି, ଗ୍ରହଣ କରେ ।’ ମୁମ୍ବାଇ ପୋଲିସ ଫୋନ୍‌ କରି ଜେରା ପାଇଁ ମୋହନଙ୍କୁ ଡାକିଥିଲା । ହେଲେ ସେ କହିଥିଲେ, ତାଙ୍କୁ ୭୦ ବର୍ଷ ଓ ତାଙ୍କର ଆଞ୍ଜିଓଗ୍ରାଫି ହୋଇଛି । ଏତେଦୂର ଆସିପାରିବେ ନାହିଁ । ଯାହା କିଛି ବି କରିଛନ୍ତି, ସବୁ ରେକର୍ଡ଼ ଅଛି ।

Comments are closed.