ରିଲିଜ ହେଲା ଚୁମ୍ବକ୍

ଗତକାଲି ରିଲିଜ ହୋଇଛି ୱେବ୍‌ ସିରିଜ୍‌ ‘ଚୁମ୍ବକ’। ତରଙ୍ଗ ପ୍ଲସ୍‌ ଆପ୍‌ରେ ଏହି ୱେବ୍‌ ସରିଜ୍‌କୁ ଆପଣ ଦେଖି ପାରିବେ। ଲେସ୍‌ବିଆନ୍‌ ମାନଙ୍କୁ ନେଇ ୱେବ୍‌ ସିରିଜ୍‌ର କାହାଣୀ ହୋଇଛି। ଯେଉଁଥିରେ ଲିଡ୍‌ ରୋଲ୍‌ରେ ନଜର ଆସିଛନ୍ତି ଅଭିନେତ୍ରୀ ଦିବ୍ୟା ଏବଂ ତମନ୍ନା। ଏଥିରେ ତମନ୍ନାଙ୍କୁ ମାନିଆଙ୍କ ଭୂମିକାରେ ଦେଖିବାକୁ ମିଳିଥିବା ବେଳେ ଦିବ୍ୟାଙ୍କ ନାଁ ରହିଛି ଶିଖା।

କଲେଜ୍‌ ପଢୁଥିବା ସମୟରେ କେମିତି ଦୁଇ ସାଙ୍ଗ ପରସ୍ପରକୁ ଭଲ ପାଇ ବସୁଛନ୍ତି ସେଇଟା ଏହି ୱେବ୍‌ ସିରିଜ୍‌ରେ ଦେଖିବାକୁ ମିଳିବ। ତେବେ ଏହି ୱେବ୍‌ ସରିଜ୍‌ ପାଇଁ ଦିବ୍ୟା ଏବଂ ତମନ୍ନାଙ୍କୁ ଢେର୍‌ ପରିଶ୍ରମ କରିବାକୁ ପଡିଛି। ନିର୍ଦ୍ଦେଶକ ସୁଶାନ୍ତ ମଣି ଏଥିରେ ଦୁଇ ଅଭିନେତ୍ରୀଙ୍କୁ ଏକଦମ୍‌ ନାଚୁରାଲ୍‌ ଅଭିନୟ କରିବାକୁ ଦେଇଛନ୍ତି।
ଟିଜର ଆସିବା ପରେ ମଧ୍ୟ କିଛି ଲୋକ ତାଙ୍କୁ ନକରାତ୍ମକ କମେଣ୍ଟ କରିଥିଲେ। ନିର୍ଦ୍ଦେଶକ ସୁଶାନ୍ତ ମଣିଙ୍କ କହିବା ଅନୁଯାୟୀ, ସେ ଏହି ୱେବ୍‌ ସିରିଜ୍‌ ପାଇଁ କଳାକାର ବାଛିବା ପୂର୍ବରୁ ପ୍ରାୟ ଅଭିନେତ୍ରୀଙ୍କ ସହ ଭେଟ ହୋଇଥିଲେ। କିନ୍ତୁ ତମନ୍ନା ଏବଂ ଦିବ୍ୟାଙ୍କ ଲୁକ୍‌ ମ୍ୟାଚ୍‌ ଆସିବାରୁ ଏ ଦୁହିଁଙ୍କୁ ୱେବ୍‌ ସିରିଜ୍‌ ପାଇଁ ବଛା ଯାଇଥିଲା।

Comments are closed.