ରିଆ ଚକ୍ରବର୍ତ୍ତୀ ତାଙ୍କୁ ହଇରାଣ କରିବା କଥା ସୁଶାନ୍ତ ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଙ୍କୁ କହିଥିଲେ !

0

ମୁମ୍ବାଇ : ଜୁଲାଇ ୩୦: ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ବିହାର ପୋଲିସକୁ ସୂଚନା ଦେଇଥଲେ ଯେ ରିୟା ଚକ୍ରବର୍ତ୍ତୀ ତାଙ୍କୁ ହଇରାଣ କରିଥିଲେ ବୋଲି ସୁଶାନ୍ତ ଖୁବ ଦୁଃଖ ପ୍ରକାଶ କରୁଥିଲେ I
ଅଙ୍କିତା ପାଟନାରେ ସୁଶାନ୍ତଙ୍କ ପରିବାରକୁ ଦେଖା କରିଥିବା ସମୟ ରେ ଏହା କହିଥିଲେ ବୋଲି News 18.com ରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ୱେବସାଇଟ୍ ଅନୁଯାୟୀ, ଅଙ୍କିତା ପୋଲିସକୁ କହିଛନ୍ତି ଯେ 2019 ରେ ତାଙ୍କ ବଲିଉଡ ଡେବ୍ୟୁ ଫିଲ୍ମ “ମଣିକର୍ଣ୍ଣିକା: ରାଣୀ ଅଫ୍ ଝାନସୀ” ରିଲିଜ୍ ହେବା ସମୟରେ ଏକ ଚାଟ୍ ମାଧ୍ୟମରେ ସୁଶାନ୍ତ ତାଙ୍କ ର ଗର୍ଲଫ୍ରେଣ୍ଡ ରିୟା ତାଙ୍କୁ ହଇରାଣ କରିବା ବିଷୟରେ ଉଲ୍ଲେଖ କରିଥିଲେ।
Dnaindia.com ର ଏକ ରିପୋର୍ଟ ଅନୁସାରେ, ଏକ ସୂତ୍ର ୱେବସାଇଟକୁ ସୂଚନା ଦେଇଛି ଯେ’ ଅଙ୍କିତାଙ୍କ ଅନୁଯାୟୀ ସୁଶାନ୍ତ ତାଙ୍କୁ କହିଥିଲେ ଯେ ସେ ଏହି ସମ୍ପର୍କରେ ଅତ୍ୟନ୍ତ ଅସନ୍ତୁଷ୍ଟ ଏବଂ ରିୟା ତାଙ୍କୁ ହଇରାଣ କରୁଥିବାରୁ ଏହାକୁ ସେ ସବୁଦିନ ପାଇଁ ସମାଧାନ କରିବାକୁ ଚାହୁଁଛନ୍ତି।
News18.com ରିପୋର୍ଟରେ ଆହୁରି କୁହାଯାଇଛି ଯେ ସୁଶାନ୍ତଙ୍କ ସହ ଅଙ୍କିତାଙ୍କ ଉପରୋକ୍ତ ଚାଟ୍ ସେହି ସମୟରେ ପୋଲିସ ସହ ସେୟାର କରାଯାଇଥିଲା।
ସୁଶାନ୍ତ ଧାରାବାହିକ “ପବିତ୍ର ରିସ୍ତI ‘ ଅଭିନୟ କରୁଥିବା ସମୟରେ ଅଙ୍କିତ ଙ୍କ ସହ ସମ୍ପର୍କ ରଖିଥିଲେ I ପ୍ରାୟ ୬ ବର୍ଷ ପରେ ସେମାନେ ଅଲଗା ହେଇଥିଲେ I ସୁଶାନ୍ତ ଙ୍କ ମୃତ୍ୟୁ ପରେ, ତାଙ୍କ ପରିବାର ସୁଶାନ୍ତ ଙ୍କ ଶେଷ କୃତ୍ୟ କରିବା ପାଇଁ ମୁମ୍ବାଇ ରେ ରହୁଥିବା ବେଳେ, ଅଙ୍କିତା ସୁଶାନ୍ତ ଙ୍କ ପରିବାର କୁ ଭେଟିଥିଲେ I
ପରେ ପାଟନା ଗସ୍ତ ସମୟରେ ଅଙ୍କିତା ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀଙ୍କୁ ଉପରୋକ୍ତ ଚାଟ୍ ଦେଖାଇଥିବାର ଜଣାଯାଇଛି।
ମଙ୍ଗଳବାର ଦିନ, ସୁଶାନ୍ତଙ୍କ ପିତା କେ.କେ ସିଂ ପାଟନା ର ରାଜୀବ ନଗର ପୋଲିସ ଷ୍ଟେସନରେ ସୁଶାନ୍ତ ଙ୍କ ପ୍ରେମିକା ରିୟାଙ୍କ ସମେତ ୬ ଜଣଙ୍କ ନାଁ ରେ ଅଭିଯୋଗ କରିଛନ୍ତି।
ବୁଧବାର ଦିନ ଅଙ୍କିତା ସୋସିଆଲ ମିଡିଆ ରେ ଏକ କ୍ରିପ୍ଟିକ୍ ପୋଷ୍ଟ ସେୟାର କରିଥିଲେ । ଟ୍ୱଇଟର ଇମେଜ ମାଧ୍ୟମରେ ସେ ଦର୍ଶାଇଛନ୍ତି ‘Truth Wins ‘ I (IANS)

Leave A Reply

Your email address will not be published.