ରାମ ମନ୍ଦିରର ଭୂମିପୂଜନ ପୂର୍ବରୁ ପୂଜାରୀ, ୧୬ ପୁଲିସଙ୍କୁ କରୋନା

0

ଭୁବନେଶ୍ୱର: ଜୁଲାଇ ୩୧: ରାମ ଜନ୍ମଭୂମିର ପୁରୋହିତ ପ୍ରଦୀପ ଦାସଙ୍କ ସମେତ ୧୬ ଜଣ ପୁଲିସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଯୋଧ୍ୟାରେ ରାମ ଜନ୍ମଭୂମି ମନ୍ଦିରର ଭୂମିପୂଜନ କାର୍ଯ୍ୟମ୍ରରେ ଏମାନେ ସମସ୍ତେ ସାମିଲ ଥାନ୍ତେ । ଏହା ପୂର୍ବରୁ ସମସ୍ତଙ୍କ ସ୍ୱାବ ପରୀକ୍ଷା ହେବା ପରେ ରର୍ପୋଟ ପଜିଟିଭ ବାହାରିଛି ।
ରାମ ଜନ୍ମଭୂମିରେ ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ସହିତ ଚାରିଜଣ ପୁରୋହିତ ରାମ ଲାଲାଙ୍କର ସେବା କରନ୍ତି । ଚାରିଜଣ ପୁରୋହିତଙ୍କ ମଧ୍ୟରୁ ଜଣେ ପୁରୋହିତ ପ୍ରଦୀପ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ରିପୋର୍ଟ ପଜିଟିଭ ଆସିବା ପରେ ପୁରୋହିତଙ୍କ ସହିତ ୧୬ ଜଣ ପୁଲିସ ଘରେ ସଙ୍ଗରୋଧରେ ରହିଛନ୍ତି । ରାମ ମନ୍ଦିରର ଭୂମି ପୂଜନ କାର୍ଯ୍ୟକ୍ରମ ଅଗଷ୍ଟ ୫ରେ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୨୦୦ ଅତିଥି ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । କରୋନା ସଂକ୍ରମଣ ଯୋଗୁୁ ଭୂମି ପୂଜନ କାର୍ଯ୍ୟକ୍ରମରେ କେବଳ ମନୋନୀତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି ।

Leave A Reply

Your email address will not be published.