ରାମ ଜନ୍ମଭୂମି ମନ୍ଦିର ର ମୁଖ୍ୟ ପୁରୋହିତ Quarantine ରେ ରହିବେ

ଅଯୋଧ୍ୟା : ଅଗଷ୍ଟ ୩: ତିନି ଦିନ ପୂର୍ବେ ତାଙ୍କ ସହକାରୀ ପ୍ରଦୀପ ଦାସ କୋଭିଡ -19 ପଜିଟିଭ ଚିହ୍ନଟ ହେବାପରେ ରାମ ଜନ୍ମଭୂମି ମନ୍ଦିର ର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କୁ Quarantine ରେ ରହିବା ପାଇଁ ପଠାଇ ଦିଆଯାଇଛି I
ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି, “ମୋର ଜଣେ ସହକାରୀ ପ୍ରଦୀପ ଦାସ ଜୁଲାଇ ୩୦ ରେ କୋଭିଡ ପଜିଟିଭ ବୋଲି ଚିହ୍ନଟ ହେଇଥିବାରୁ ଟ୍ରଷ୍ଟ ମୋତେ ତିନି ଦିନ ପର୍ଯ୍ୟନ୍ତ ରାମ ମନ୍ଦିର ପରିସରରେ ପ୍ରବେଶ ନକରିବାକୁ କହିଛି। ମୁଁ ‘ଭୁମି ପୂଜନ’ କରିବି ନାହିଁ। ଅନ୍ୟ ପୁରୋହିତ ଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି I
ଟ୍ରଷ୍ଟ ସଦସ୍ୟମାନେ ଏହା ଉପରେ କିଛି ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ। (IANS)

Comments are closed.