ରାଜ୍ୟ ରେ ୬୭ ନୂଆ କରୋନା ଆକ୍ରାନ୍ତ; ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୩୩୬ କୁ ବୃଦ୍ଧି

ଭୁବନେଶ୍ୱର:ମେ ୨୪: ରାଜ୍ୟରେ ୬୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l ଏହାକୁ ମିଶାଇ, ଓଡ଼ିଶାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୩୩୬ ରେ ପହଂଚିଛି l
ଆଜି ଚିହ୍ନଟ ହେଇଥିବା ୬୭ ଜଣଙ୍କ ମଧ୍ୟରୁ, ୬୦ ଜଣ quarantine centers ରେ ଏବଂ ୪ ଜଣ ହୋମେ quarantine ରେ ଥିବାବେଳେ, ୩ ଜଣ ହେଉଛନ୍ତି local contact case l
ତେବେ, ନୂଆପଡା ଜିଲ୍ଲା ରେ ପ୍ରଥମକରି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l
ଏ ପର୍ଯ୍ୟନ୍ତ,ଗଂଜାମ ଜିଲ୍ଲା ରେ ସର୍ବାଧିକ ୩୪୮ ଟି case ଚିହ୍ନଟ ହେଇଥିବାବେଳେ, ଯାଜପୁର ରେ ୨୩୯, ବାଲେଶ୍ୱର ରେ ୧୨୮, ଭଦ୍ରକ ରେ ୯୮, ପୁରୀ ରେ ୮୧,ଖୋର୍ଦ୍ଧା ରେ ୭୭, କଟକ ରେ ୫୯, ନୟାଗଡ ରେ ୪୫, କେନ୍ଦ୍ରାପଡ଼ା ରେ ୪୦, ସୁନ୍ଦରଗଡ ରେ ୩୭, ବୌଦ ରେ ୩୩, ଜଗତସିଂହପୁର ରେ ୩୧, ଅନୁଗୁଳ ରେ ୨୫, କଳାହାଣ୍ଡି ରେ ୧୭, ବଲାଙ୍ଗୀର ରେ ୧୬, ମୟୁରଭଞ୍ଜ ରେ ୧୪, କେନ୍ଦୁଝର ରେ ୧୧, ମାଲକାନଗିରି ରେ ୧୦, ସମ୍ବଲପୁର ରେ ୫, କନ୍ଧମାଳ ରେ ୫, ଝାରସୁଗୁଡା ରେ ୫, ଗଜପତି ରେ ୪, ଢେଙ୍କାନାଳ ରେ ୩, ଦେଓଗଡ ରେ ୨ ଏବଂ ନୂଆପଡା,ନବରଙ୍ଗପୁର ଓ କୋରାପୁଟ ରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l

Comments are closed.