ରାଜ୍ୟ ବାହାରେ ଫସିଥିବା ବିଦ୍ୟାର୍ଥୀଙ୍କ ପାଇଁ ହେଲ୍ପ ଲାଇନ ନମ୍ବର

ସମୟ ଲାଇଭ 26/3: ରାଜ୍ୟ ତଥା ଦେଶରେ ଲକ ଡାଉନ ଜାରି ହୋଇଥିବା ବେଳେ ଗମନା ଗମନା ଉପରେ ରୋକ ଲାଗିଛି | ଟ୍ରେନ, ବସ  ଓ ବିମାନ ଚଳାଚଳ ବନ୍ଦ ରହିଛି | ଏପରି ସ୍ଥିତି ରେ ରାଜ୍ୟ ବାହାରକୁ ଯାଇଥିବା ଅନେକ ଛାତ୍ରଛାତ୍ରୀ ଫସି ରହିଛନ୍ତି | ଓଡିଶା ବାହାରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଓଡ଼ିଶାରେ ଫସିଥିବା ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଲାଇନ ନମ୍ବର ଏବିଭିପି ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ଓଡ଼ିଶାର ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀ ଅନ୍ୟାନ୍ୟ ରାଜ୍ୟ ମାନଙ୍କରେ ଫସି ରହିଥିବା ବେଳେ ସେମାନେ ସେଠାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଗତକାଲି ଭିଡ଼ିଓ ଜାରି କରି ବହୁ ଛାତ୍ରଛାତ୍ରୀ ତାଙ୍କୁ ସାହାଯ୍ୟ ପାଇଁ କହିଥିଲେ। ଏହା ପରେ ଏପରି ହେଲ୍ପ ଲାଇନ ନମ୍ବର ଜାରି କରାଗଲା | ତେବେ ଆବଶ୍ୟକ ସ୍ଥଳେ ଓଡ଼ିଶାରେ ଫସିଥିବା ଅନ୍ୟ ରାଜ୍ୟର  ଛାତ୍ରଛାତ୍ରୀ ମାନେ ମଧ୍ୟ ଯୋଗାଯୋଗ କରିପାରିବେ।ଏନେଇ ଏବିଭିପି ଓଡିଶା ପ୍ରଦେଶ ସମ୍ପାଦକ ଶ୍ରୀମାନ ଶଶିକାନ୍ତ ମିଶ୍ର ସୂଚନା ଦେଇଛନ୍ତି।
<p dir=”ltr”>ନମ୍ବର ଗୁଡିକ ହେଲା :</p>
<p dir=”ltr”> <a href=”tel:9438790745″>୯୪୩୮୭୯୦୭୪୫</a>, <a href=”tel:9437067259″>୯୪୩୭୦୬୭୨୫୯</a> ଏବଂ <a href=”tel:06742354364″>୦୬୭୪୨୩୫୪୩୬୪</a>। ଏନେଇ ଏବିଭିପି ଓଡିଶା ପ୍ରଦେଶ ସମ୍ପାଦକ ଶ୍ରୀମାନ ଶଶିକାନ୍ତ ମିଶ୍ର

Comments are closed.