ରାଜ୍ୟସଭା ସାଂସଦ ଅମର ସିଂଙ୍କ ପରଲୋକ

ଭୁବନେଶ୍ୱର : ଅଗଷ୍ଟ ୦୧: ଶନିବାର ଅପରାହ୍ନ ରେ ରାଜ୍ୟସଭା ସାଂସଦ ତଥା ପୂର୍ବତନ ସମାଜବାଦୀ ନେତା ଅମର ସିଂହଙ୍କର ୬୪ ବର୍ଷ ବୟସରେ ସିଙ୍ଗାପୁରରେ ଦେହାନ୍ତ ହୋଇଯାଇଛି । ଦୀର୍ଘଦିନ ଧରି ଅସୁସ୍ଥ ଥିବା ସିଂ କିଛି ମାସ ହେବ ସିଙ୍ଗାପୁରରେ ଚିକିତ୍ସାଧୀନ ଥିଲେ । ସେ ଗୁରୁତର ଅବସ୍ଥାରେ ‘ଆଇସିୟୁ’ରେ ଥିଲେ । ୨୦୧୩ରେ ତାଙ୍କ ବୃକକ ଅକାମି ହୋଇ ଯାଇଥିଲା । ଅସୁସ୍ଥତା ସତ୍ତ୍ୱେ ଅମର ସାମାଜିକ ଗଣମାଧ୍ୟମରେ ଖୁବ୍‌ ସକ୍ରିୟ ଥିଲେ । କିଛି ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ଉଠିଥିବା ଗୁଜବର ଖଣ୍ଡନ ପାଇଁ ମାର୍ଚ୍ଚ ୨ ତାରିଖ ଦିନ ମଧ୍ୟ ସେ ଅନ୍ୟ ଏକ ଭିଡିଓ ପୋଷ୍ଟ କରିଥିଲେ । ଭିଡିଓ ସହ ଛୋଟ ବାର୍ତ୍ତାରେ ସେ ଲେଖିଥିଲେ: ‘ଟାଇଗର୍‌ ଜିନ୍ଦା ହେ’ ଅର୍ଥାତ ‘ବାଘ ବଞ୍ଚିଛି’ । ସମାଜବାଦୀ ପାର୍ଟି ଛାଡ଼ିବା ପରେ ଜଣେ ରାଜନେତା ଭାବେ ସିଂହଙ୍କ ଗୁରୁତ୍ୱ ହ ୍ରାସ ପାଇଥିଲା । ସେ ସମାଜବାଦୀ ପାର୍ଟିର ମୁଖ୍ୟ ମୁଲାୟମ ସିଂହ ଯାଦବଙ୍କ ଅତି ଘନିଷ୍ଠ ଥିଲେ । ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

Comments are closed.