ରାଜ୍ୟର ୭ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର: ଜୁଲାଇ ୨୩: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖରେ ଲଘୁଚାପ ସୃଷ୍ଟି ହେବା କାରଣରୁ ଆଜି ରାଜ୍ୟର ୭ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ଜିଲ୍ଲାଗୁଡ଼ିକୁ ହେଲା-ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର ଓ ଦେଓଗଡ଼ । ସେହିପରି କେନ୍ଦୁଝର, ମୟୁରଭଞ୍ଜ, ନବରଙ୍ଗପୁର, କଳାହାଣ୍ଡି, ସୋନପୁର, ବୌଦ୍ଧ, ଅନୁଗୁଳ, କଟକ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାମାନଙ୍କର ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାଗୁଡ଼ିକୁ ୟୋଲୋ ୱାର୍ଣ୍ଣିଂ ଜୋନ୍‌ରେ ସାମିଲ୍‌ କରାଯାଇଛି । ଏହାସହ ମସିଜୀବୀଙ୍କୁ ଗଭୀର ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କତା କରାଯାଇଛି ।
ନିମ୍ନ ଚାପ ପ୍ରଭାବରେ ବଙ୍ଗେପସାଗରର ଉତ୍ତର-ପଶ୍ଚିମ ଉପକୂଳ ଓ ପଶ୍ଚିମ କେନ୍ଦ୍ର ଉପକୂଳରେ ପବନର ବେଗ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ୪୦ ରୁ ୫୦ କିଲୋମିଟର ରହିବ ।
ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁରରେ ୨୦୨ ମିଲିମିଟର, ପାରାଦ୍ୱୀପରେ ୧୨୨.୦ ମିଲିମିଟର ବର୍ଷା ହୋଇଛି । ଏହା ପଛକୁ ପୁରୀରେ ୧୨୧ ମିଲିମିଟର, ଚାନ୍ଦବାଲିରେ ୮୬ ମିଲିମିଟର, ଭୁବନେଶ୍ୱରରେ ୩୩ ମିଲିମିଟର ଏବଂ ବାଲେଶ୍ୱରରେ ୪୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

Comments are closed.