ରାଜ୍ୟର ହଟ ସ୍ପଟ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ ଆଡ଼ମିଶନ ନ କଲେ ଘରୋଇ ହସ୍ପିଟାଲ/କ୍ଲିନିକ ଉପରେ କାର୍ଯ୍ୟାନୁଷ୍ଠାନ

0

ଭୁବନେଶ୍ୱର: ଜୁଲାଇ ୧୮: କେତେକ ଘରୋଇ ହସ୍ପିଟାଲ ଓ କ୍ଲିନିକ କୋଭିଡ ହଟ ସ୍ପଟ ଜିଲ୍ଲା ମାନଙ୍କରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ପାଇଁ ମନାକରୁଥିବା ଘଟଣା ସରକାର ଙ୍କ ନଜର କୁ ଆସିଛି I ସେଥିନେଇ ସରକାର ଘରୋଇ ହସ୍ପିଟାଲ ଓ କ୍ଲିନିକ କୁ ଚେତାବନୀ ଦେଇ କହିଛନ୍ତି, ହଟ ସ୍ପଟ ଜିଲ୍ଲା ମାନଙ୍କରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ନ କଲେ ସମ୍ପୃକ୍ତ ହସ୍ପିଟାଲ/କ୍ଲିନିକ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I ମୁଖ୍ୟ ସଚିବ ଅସିତ ତ୍ରିପାଠୀ ମଧ୍ୟ ଏ ସମ୍ପର୍କରେ ଟ୍ୱଇଟ କରି କହିଛନ୍ତି, ଏପରି କରିବା ନୀତିଗତ ଭୁଲ ଏବଂ ବେଆଇନ I ହଟ ସ୍ପଟ ଜିଲ୍ଲାରୁ ଆସୁଥିବା ରୋଗୀଙ୍କ ଚିକିତ୍ସା ନ କରିବା ନେଇ ଯଦି କୌଣସି ହସ୍ପିଟାଲ/କ୍ଲିନିକ ବିରୁଦ୍ଧ ରେ ପ୍ରମାଣ ମିଳେ, ତେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟ ସାଶନ ସଚିବ ଟ୍ୱଇଟ କରି ସୂଚନା ଦେଇଛନ୍ତି I
ଏଭଳି କିଛି ସମସ୍ୟା ଆସିଲେ ସଂଗେ ସଂଗେ ୧୦୦ କୁ dial କରି ଜଣାଇବାକୁ ପୋଲିସ କମିସନର କହିଛନ୍ତି I

Leave A Reply

Your email address will not be published.