ରାଜ୍ୟରେ ୭୫ ନୂଆ କରୋନା ଆକ୍ରାନ୍ତ; ୨୮୫୬ ରେ ପହଁଚିଲା ଆକ୍ରାନ୍ତ ଙ୍କ ସଂଖ୍ୟା

ଭୁବନେଶ୍ୱର: ଜୁନ ୭: ରାଜ୍ୟରେ ୭୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଆଜି ଓଡ଼ିଶାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୨୮୫୬ କୁ ବୃଦ୍ଧି ପାଇଛି I ସେଥିମଧ୍ୟରୁ ୧୭୧୬ ଜଣ ସୁସ୍ଥ ହେଇ ଘରକୁ ଫେରିସାରିଲେଣି I
ଖୋର୍ଦ୍ଧା ଓ ସୁନ୍ଦରଗଡ ଜିଲ୍ଲାରେ ୧୮ ଜଣ ଲେଖାଏଁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ,ଯାଜପୁର ରେ ୭ ଜଣ ଏବଂ କଟକ ଓ ବଲାଙ୍ଗୀର ଜିଲ୍ଲାରେ ୫ ଜଣ ଲେଖାଏଁ କରୋନା ରୋଗୀ ଚିହ୍ନଟ ହେଇଛନ୍ତି I
ସେହିପରି ନୟାଗଡ ଜିଲ୍ଲାରେ ୪ ଜଣ, କେନ୍ଦ୍ରାପଡ଼ା ରେ ୩ ଜଣ, ସୋନପୁର ରେ ୩ ଜଣ ଏବଂ ଢେଙ୍କାନାଳ, ଅନୁଗୁଳ, ଜଗତସିଂହପୁର ଓ କୋରାପୁଟ ରେ ୨ ଜଣ ଲେଖାଏଁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଗଂଜାମ, ପୁରୀ, ନୂଆପଡା ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ସ୍ୱାସ୍ଥ୍ୟ ବିଭାଗ ର ତଥ୍ୟ ଅନୁଯାୟୀ, ନୂଆ ଚିହ୍ନଟ ହେଇଥିବା ୭୫ ଜଣ ଙ୍କ ମଧ୍ୟରୁ, ୭୨ ଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ ଏବଂ ୩ ଜଣ ସ୍ଥାନୀୟ ଅଂଚଳର I

Comments are closed.