ରାଜ୍ୟରେ ୨୪ ଘଣ୍ଟାରେ ୬୩୮ ସଂକ୍ରମିତ, ୮୪୩ ସୁସ୍ଥ

0

ଭୁବନେଶ୍ୱର: ଅଗଷ୍ଟ ୩୧ : ଆଜି ରାଜ୍ୟରେ ୫୭, ୨୮୦ ସ୍ୱାବ ଟେଷ୍ଟ ମଧ୍ୟରୁ ୬୩୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୧୦ ଜଣ ୧୮ ବର୍ଷ ବୟସରୁ କମ୍‌ ବୟସର ପିଲା ରହିଛନ୍ତି । ନୂତନ ସଂକ୍ରମଣଙ୍କ ମଧ୍ୟରୁ ୩୬୭ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୭୧ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୦୭ ହଜାର ୭୫୦ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୮୪୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୯ ଲକ୍ଷ ୯୨ ହଜାର ୪୭୩ ରହିଥିଲାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭, ୨୫୫ ରହିଛି ।
୨୪ ଘଣ୍ଟାରେ ରାଜ୍ୟରେ ୬୮ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ୭ ହଜାର ୯୬୯ ଜଣଙ୍କ ମୃତୁ୍ୟ ହେଲାଣି ।
ଖୋର୍ଦ୍ଧାରେ ସର୍ବାଧିକ ୨୬୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । କୋରାପୁଟ, ସୋନପୁର, ବଲାଙ୍ଗିର, ଓ ନବରଙ୍ଗପୁର ଜିଲ୍ଲାରୁ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି ।
ଆଜିର ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୧୬, ବାଲେଶ୍ୱରରୁ ୨୩, ବରଗଡ଼ରୁ ୬, ଭଦ୍ରକରୁ ୧୨, ବୌଦ୍ଧରୁ ୧୨, କଟକରୁ ୫୭, ଦେଓଗଡ଼ରୁ ୧୧, ଢ଼େଙ୍କାନାଳରୁ ୧୦, ଗଜପତିରୁ ୧, ଗଞ୍ଜାମରୁ ୪, ଜଗତସିଂହପୁରରୁ ୧୯ , ଯାଜପୁରରୁ ୩୪, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୧, କନ୍ଧମାଳରୁ ୨ , କେନ୍ଦ୍ରାପଡ଼ାରୁ ୨୧, କେନ୍ଦୁଝରରୁ ୨, ମାଲକାନଗିରିରୁ ୩, ମୟୁରଭଞ୍ଜରୁ ୨୦, ନୟାଗଡ଼ରୁ ୭, ନୂଆପଡ଼ାରୁ ୨, ପୁରୀରୁ ୨୧, ରାୟଗଡ଼ାରୁ ୭, ସମ୍ବଲପୁରରୁ ୭, ସୁନ୍ଦରଗଡ଼ରୁ ୧୯ ଏବଂ ଷ୍ଟେଟ ପୁଲରୁ ୫୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.