ରାଜ୍ୟରେ ୨୪ ଘଣ୍ଟାରେ ୧୫୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୧୪ ମୃତ

ଭୁବନେଶ୍ୱର: ଅଗଷ୍ଟ ୧୦: ୨୪ ଘଣ୍ଟାରେ ରାଜ୍ୟରେ ୧୫୨୮ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି । ଏହାସହ ଓଡ଼ିଶାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭ ହଜାର ୪୫୫ କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ବିଭାଗ ର ସୂଚନା ଅନୁସାରେ , ୧୫୨୮ ଟି କେଶ ମଧ୍ୟରୁ ୯୪୮ ଟି କେଶ Quarantine ରେ ଥିଲେ ଏବଂ ବାକି ୫୮୦ ଟି କେଶ Local Contact Case ।
ଗଂଜାମ ରେ ୨୪ ଘଂଟାରେ ୨୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ , ଖୋର୍ଦ୍ଧା ରେ ୨୧୮ , ସମ୍ବଲପୁର ରେ ୧୬୮ , ସୁନ୍ଦରଗଡ ରେ ୧୨୬ , ଢେଙ୍କାନାଳ ରେ ୧୦୭ , କଟକ ରେ ୭୨ , ଭଦ୍ରକ ରେ ୭୦ , କୋରାପୁଟ ୬୭ , ବଲାଙ୍ଗୀର ରେ ୫୯ , ବାଲେଶ୍ୱର ରେ ୪୩ , ମାଲକାନଗିରି ରେ ୩୮ , ଯାଜପୁର ରେ ୩୩ , ନୟାଗଡ ରେ ୩୨ , କଳାହାଣ୍ଡି ଓ ଗଜପତି ରେ ୩୧ ଜଣ ଲେଖାଁଏ , ରାୟଗଡା ରେ ୨୭ , ପୁରୀ ରେ ୨୬ , ନବରଙ୍ଗପୁର ରେ ୨୩ , ମୟୁରଭଞ୍ଜ ଓ ଜଗତସିଂହପୁର ରେ ୨୨ ଜଣ ଲେଖାଁଏ , କେନ୍ଦ୍ରାପଡ଼ା ଓ କନ୍ଧମାଳ ରେ ୧୭ ଜଣ ଲେଖାଏ , ବରଗଡ ରେ ୧୦ , ଝାରସୁଗୁଡା ରେ ୯ , ଅନୁଗୁଳ ରେ ୮ , ବୌଦ ରେ ୭ , କେନ୍ଦୁଝର ଓ ସୋନପୁର ରେ ୫ ଜଣ ଲେଖାଏଁ ଏବଂ ନୂଆପଡା ରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଅନୁସାରେ ଏ ପର୍ଯ୍ୟନ୍ତ ରାଜ୍ୟରେ ୩୧ ହଜାର ୭୮୫ ଜଣ ସୁସ୍ଥ ହେଇସାରିଛନ୍ତି ।
୨୪ ଘଣ୍ଟାରେ ୧୪ ଜଣଙ୍କର ମୃତ୍ୟୁ ହେଇଛି । ଏଥିସହ ମୋଟ ମୃତ୍ୟୁ ସଂଖ୍ୟା୨୮୬ କୁ ବୃଦ୍ଧି ପାଇଛି । ଏବେ ଓଡ଼ିଶାରେ ୧୫ ହଜାର ୩୩୩ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।

Comments are closed.