ରାଜ୍ୟରେ ୧୩୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ଟପିଲା

0

ଭୁବନେଶ୍ୱର: ଜୁଲାଇ ୨୫: ରାଜ୍ୟରେ କ୍ରମାଗତ ଭାବରେ ୪ ଦିନ ଧରି ହଜାରେ ରୁ ଉର୍ଦ୍ଧ୍ଵ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି I ପୁଣି ୨୪ ଘଂଟାରେ ଚିହ୍ନଟ ହେଲେ ୧୩୨୦ ଜଣ ସଂକ୍ରମିତ I ଏହାକୁ ମିଶାଇ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୦୧୩ କୁ ବୃଦ୍ଧି ପାଇଛି I
ନୂଆ ୧୩୨୦ ସଂକ୍ରମିତ ଙ୍କ ମଧ୍ୟରୁ, ୮୮୭ ଜଣ Quarantine ରେ ଥିଲେ ଏବଂ ୪୩୩ ଟି Local Contact Case I
ଗଂଜାମ ରେ ସର୍ବାଧିକ ୫୬୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବାବେଳେ, ଖୋର୍ଦ୍ଧା ରେ ୧୭୪, ଗଜପତି ଓ ପୁରୀ ରେ ୯୦ ଜଣ ଲେଖାଏଁ, ରାୟଗଡା ରେ ୬୫ ଜଣ, କଟକ ଓ ସୁନ୍ଦରଗଡ ରେ ୪୭ ଜଣ ଲେଖାଏଁ, କନ୍ଧମାଳ ରେ ୩୯ ଜଣ, ନୟାଗଡ ରେ ୩୮ ଜଣ, କୋରାପୁଟ ରେ ୩୦ ଜଣ, ଭଦ୍ରକ ରେ ୨୮ ଜଣ, କେନ୍ଦୁଝର ରେ ୨୪ ଜଣ, ଯାଜପୁର ଓ ବାଲେଶ୍ୱର ରେ ୨୩ ଜଣ ଲେଖାଏଁ, ବରଗଡ ରେ ୧୪ ଜଣ, ବଲାଙ୍ଗୀର ରେ ୯ ଜଣ, ଅନୁଗୁଳ ରେ ୬ ଜଣ, ନୂଆପଡା ରେ ୪ ଜଣ, ଜଗତସିଂହପୁର ରେ ୩ ଜଣ, ଝାରସୁଗୁଡା ରେ ୨ ଜଣ ଏବଂ ଦେଓଗଡ, କଳାହାଣ୍ଡି, କେନ୍ଦ୍ରାପଡ଼ା ଓ ସୋନପୁର ରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I

Leave A Reply

Your email address will not be published.