ରାଜ୍ୟରେ ପୁଣି ସୁସ୍ଥ ହେଲେ ୯୯ କରୋନା ଆକ୍ରାନ୍ତ; ମୋଟ ୧୯୯୩ ଜଣ ସୁସ୍ଥ ହେଇସାରିଲେଣି

ଭୁବନେଶ୍ୱର : ଜୁଣେ ୮: ଓଡ଼ିଶାରେ ଆଜି ୯୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ I ଏହାକୁ ମିଶାଇ ରାଜ୍ୟରେ ୧୯୯୩ ଜଣ ବ୍ୟକ୍ତି ସୁସ୍ଥ ହେଇସାରିଲେଣି I
ଆଜି ଯାଜପୁର ଜିଲ୍ଲା ରୁ ୧୬ ଜଣ ସୁସ୍ଥ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୧୩ ଜଣ, କେନ୍ଦ୍ରାପଡ଼ା ରୁ ୧୧ ଜଣ, ଗଂଜାମ ରୁ ୯ ଜଣ, ଦେଓଗଡ ରୁ ୮ ଜଣ, କଟକ ଓ ଜଗତସିଂହପୁର ରୁ ୭ ଜଣ ଲେଖାଏଁ ଏବଂ ବାଲେଶ୍ୱର, ବରଗଡ ଓ ବଲାଙ୍ଗୀର ରୁ ୬ ଜଣ ଲେଖାଏଁ ରୋଗୀ ସୁସ୍ଥ ହେଇଛନ୍ତି I
ସେହିପରି, କେନ୍ଦୁଝର ରୁ ୪ ଜଣ, ନୟାଗଡ ରୁ ୩ ଜଣ ଏବଂ କୋରାପୁଟ,ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I
ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୨୯୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ ୧୯୯୩ ଜଣ ସୁସ୍ଥ ହେଇସାରିଥିବା ବେଳେ, ୯୯୦ ଜଣ ଚିକିତ୍ସାଧୀନ ଅଛନ୍ତି I

Comments are closed.