ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୧୬ ସଂକ୍ରମିତ

0

ଭୁବନେଶ୍ୱର: ଅଗଷ୍ଟ ୨୭ : ଆଜି ରାଜ୍ୟରେ ୬୯, ୫୮୫ ସ୍ୱାବ ଟେଷ୍ଟ ମଧ୍ୟରୁ ୮୧୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୦୬ ଜଣ ୧୮ ବର୍ଷ ବୟସରୁ କମ୍‌ ବୟସର ପିଲା ରହିଛନ୍ତି । ନୂତନ ସଂକ୍ରମଣଙ୍କ ମଧ୍ୟରୁ ୪୭୫ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୩୪୧ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୪ ହଜାର ୮୭୫ ଜଣ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୭୬୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୯ ଲକ୍ଷ ୮୮ ହଜାର ୮୫୪ ରହିଥିଲାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮, ୨୭୧ ରହିଛି ।
୨୪ ଘଣ୍ଟାରେ ରାଜ୍ୟରେ ୬୯ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ୭ ହଜାର ୬୯୭ ଜଣଙ୍କ ମୃତୁ୍ୟ ହେଲାଣି ।
ଖୋର୍ଦ୍ଧାରେ ସର୍ବାଧିକ ୨୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ବୌଦ୍ଧ, ଗଜପତି, ସୋନପୁର ଓ ନବରଙ୍ଗପୁର ଜିଲ୍ଲାରୁ ଆଜି କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି ।
ଆଜିର ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୧୩, ବାଲେଶ୍ୱରରୁ ୪୬, ବରଗଡ଼ରୁ ୧୩, ଭଦ୍ରକରୁ ୯, ବଲାଙ୍ଗିରରୁ ୩, କଟକରୁ ୧୧୬, ଦେଓଗଡ଼ରୁ ୧୩, ଢ଼େଙ୍କାନାଳରୁ ୧୯, ଗଞ୍ଜାମରୁ ୯, ଜଗତସିଂହପୁରରୁ ୩୪ , ଯାଜପୁରରୁ ୩୧, ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୪ , କନ୍ଧମାଳରୁ ୩ , କେନ୍ଦ୍ରାପଡ଼ାରୁ ୨୯, କେନ୍ଦୁଝରରୁ ୧୬, କୋରପୁଟରୁ ୫, ମାଲକାନଗିରିରୁ ୪, ମୟୁରଭଞ୍ଜରୁ ୨୭, ନୟାଗଡ଼ରୁ ୧୨, ନୂଆପଡ଼ାରୁ ୧, ପୁରୀରୁ ୨୦, ରାୟଗଡ଼ାରୁ ୧, ସମ୍ବଲପୁରରୁ ୧୮, ସୁନ୍ଦରଗଡ଼ରୁ ୧୬ ଏବଂ ଷ୍ଟେଟ ପୁଲରୁ ୬୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.