ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୬ କୁ ବୃଦ୍ଧି

0

ଭୁବନେଶ୍ୱର: ଜୁଲାଇ ୧୦: ରାଜ୍ୟରେ ଆଜି ପୁଣି ୪ ଜଣ କରୋନା ଆକ୍ରାନ୍ତଂକର ମୃତ୍ୟୁ ହେଇଛି I କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୫୬ କୁ ବୃଦ୍ଧି ପାଇଛି I ମୃତ୍ୟୁବରଣ କରିଥିବା ୪ ଜଣ ବ୍ୟକ୍ତି ଗଂଜାମ ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ଟ୍ୱଇଟ ରେ ସୂଚନା ଦିଆଯାଇଛି I ସେମାନଙ୍କ ବୟଷ ଯଥାକ୍ରମେ ୪୧, ୫୮, ୪୮ ଓ ୩୨ ବର୍ଷ I ସେମାନଙ୍କ ମଧ୍ୟରୁ ୨ ଜଣ ମଧୁମେହ ରୋଗରେ ପୀଡିତ ଥିଲେ ଏବଂ ଜଣେ ରକ୍ତଚାପ ରୋଗୀ ଥିଲେ I
ଏ ପର୍ଯ୍ୟନ୍ତ, ଗଂଜାମ ଜିଲ୍ଲାରେ ମୋଟ ୩୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଇଛି I

Leave A Reply

Your email address will not be published.