ରାଜ୍ୟରେ ଆଜି ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ; ମୋଟ ସୁସ୍ଥ ହେଇଥିବା ରୋଗୀ ଙ୍କ ସଂଖ୍ୟା ୧୪୧୬ କୁ ବୃଦ୍ଧି ପାଇଲା

ଭୁବନେଶ୍ୱର : ଜୁନ ୦୩: ଓଡ଼ିଶାରେ ଆଜି ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଏବେ ରାଜ୍ୟର ସୁସ୍ଥ ହେଇଥିବା କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୪୧୬ ହେଲା I
ଆଜି ସୁସ୍ଥ ହେଇଥିବା ୯୧ ଜଣ ଙ୍କ ମଧ୍ୟରେ, ଦେଓଗଡ ଜିଲ୍ଲାରୁ ୨୨ ଜଣ, ପୁରୀ ରୁ ୧୬ ଜଣ, ନୟାଗଡ ରୁ ୧୫ ଜଣ, ବଲାଙ୍ଗୀର ରୁ ୯ ଜଣ ଥିବାବେଳେ ଅନୁଗୁଳ ଓ ବାଲେଶ୍ୱର ଜିଲ୍ଲାରୁ ୫ ଜଣ ଲେଖାଏଁ ସୁସ୍ଥ ହେଇଛନ୍ତି I
ସେହିପରି, ଭଦ୍ରକ ଓ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ, କଟକ, ଗଂଜାମ,ଖୋର୍ଦ୍ଧା, କଳାହାଣ୍ଡି ଓ ବରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ଢେଙ୍କାନାଳ,ଗଜପତି ଓ ଯାଜପୁର ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହେଇଛନ୍ତି I
ସ୍ୱାସ୍ଥ୍ୟ ବିଭାଗ ର ତଥ୍ୟ ଅନୁଯାୟୀ, ଆଜି ପର୍ଯ୍ୟନ୍ତ ଚିହ୍ନଟ ହେଇଥିବା ୨୩୮୮ କରୋନା ରୋଗୀ ଙ୍କ ମଧ୍ୟରୁ ୧୪୧୬ ଜଣ ସୁସ୍ଥ ହେଇସାରିଲେଣି ଏବଂ ୯୬୩ ଜଣ ଚିକିତ୍ସିତ ହେଉଛନ୍ତି I

Comments are closed.