ରାଜ୍ୟରେ ଆଜି ୮୦ କରୋନା ଆକ୍ରାନ୍ତ ସୁସ୍ଥ ହେଲେ ; ଏ ପର୍ଯ୍ୟନ୍ତ ସୁସ୍ଥ ହେଲେଣି ୧୩୨୫ ଜଣ

ଭୁବନେଶ୍ୱର: ଜୁନ ୦୨: ଓଡ଼ିଶାରେ ଆଜି ପୁଣି ୮୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ I ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ୧୩୨୫ ଜଣ କରୋନା ରୋଗୀ ସୁସ୍ଥ ହେଲେ I
ପୁରୀ ରୁ ୧୭ ଜଣ, କେନ୍ଦ୍ରାପଡ଼ା ରୁ ୧୬ ଜଣ,ମାଲକାନଗିରି ରୁ ୧୬ ଜଣ, କଟକ ରୁ ୭ ଜଣ ସୁସ୍ଥ ହେଇଥିବାବେଳେ ନୟାଗଡ,ସୋନପୁର,ସୁନ୍ଦରଗଡ, କେନ୍ଦୁଝର ଏବଂ ଝାରସୁଗୁଡା ଜିଲ୍ଲା ରୁ ୩ ଜଣ ଲେଖାଏଁ କରୋନା ରୋଗୀ ସୁସ୍ଥ ହେଇଛନ୍ତି I
ସେହିପରି ଗଂଜାମ, କନ୍ଧମାଳ ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଲେଖାଏଁ ସୁସ୍ଥ ହେଇଥିବାବେଳେ ବଲାଙ୍ଗୀର,ଜଗତସିଂହପୁର ଏବଂ ନବରଙ୍ଗପୁର ଜିଲ୍ଲା ରୁ ଜଣେ ଲେଖାଏଁ କରୋନା ରୋଗୀ ସୁସ୍ଥ ହେଇଛନ୍ତି I
ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୨୨୪୫ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୧୩୨୫ ଜଣ ସୁସ୍ଥ ହେଇସାରିଲେଣି I

Comments are closed.