ରାଜ୍ୟରେ ଆଜି ୧୩୧ ଜଣ ୧୮ ବର୍ଷରୁ କମ୍‌ ବର୍ଗର ସଂକ୍ରମିତଙ୍କ ସହ ୮୮୭ ସଂକ୍ରମିତ ଚିହ୍ନଟ

0

ଭୁବନେଶ୍ୱର: ଅଗଷ୍ଟ ୨୪ : ଆଜି ରାଜ୍ୟରେ ୬୮,୭୧୭ ଜଣଙ୍କର ସ୍ୱାବ ଟେଷ୍ଟ ମଧ୍ୟରୁ ୮୮୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୩୧ ଜଣ ୧୮ ବର୍ଷ ବୟସରୁ କମ୍‌ ବୟସର ପିଲା ରହିଛନ୍ତି । ନୂତନ ସଂକ୍ରମଣଙ୍କ ମଧ୍ୟରୁ ୫୧୫ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୩୭୨ ଜଣ ରହିଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୩ ହଜାର ୨୧୦ ଜଣ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୧,୦୩୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୯ ଲକ୍ଷ ୮୭ ହଜାର ୩୬୯ ରହିଥିଲାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮, ୨୨୬ ରହିଛି ।
୨୪ ଘଣ୍ଟାରେ ରାଜ୍ୟରେ ୬୯ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ୭ ହଜାର ୫୬୨ ଜଣଙ୍କ ମୃତୁ୍ୟ ହେଲାଣି ।
ଆଜି ଖୋର୍ଦ୍ଧାରେ ସର୍ବାଧିକ ୩୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ବଲାଙ୍ଗିର ଓ ସୋନପୁର ଜିଲ୍ଲାରୁ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି ।
ଆଜିର ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୨୭, ବାଲେଶ୍ୱରରୁ ୫୬, ବରଗଡ଼ରୁ ୯, ଭଦ୍ରକରୁ ୯, ବୌଦ୍ଧରୁ ୧, କଟକରୁ ୧୧୯, ଦେଓଗଡ଼ରୁ ୯, ଢ଼େଙ୍କାନାଳରୁ ୧୬, ଗଜପତିରୁ ୩, ଗଞ୍ଜାମରୁ ୨, ଜଗତସିଂହପୁରରୁ ୩୭, ଯାଜପୁରରୁ ୪୩, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୧, କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୧୫, କେନ୍ଦୁଝରରୁ ୧୯, କୋରାପୁଟରୁ ୪, ମାଲକାନଗିରିରୁ ୨, ମୟୁରଭଞ୍ଜରୁ ୩୧, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୧୧, ନୂଆପଡ଼ାରୁ ୩, ପୁରୀରୁ ୩୯, ରାୟଗଡ଼ାରୁ ୨, ସମ୍ବଲପୁରରୁ ୨୧, ସୁନ୍ଦରଗଡ଼ରୁ ୭ ଏବଂ ଷ୍ଟେଟ ପୁଲରୁ ୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.