ରାଜ୍ୟରେ ଆଜି ସୁସ୍ଥ ହେଲେ ୮୬୪ ଜଣ କରୋନା ଆକ୍ରାନ୍ତ

0

ଭୁବନେଶ୍ୱର: ଜୁଲାଇ ୨୬: ଓଡ଼ିଶାରେ ଆଜି ୮୬୪ ଜଣ କରୋନା ସଂକ୍ରମିତ ସୁସ୍ଥ ହେଇଛନ୍ତି I ଓଡ଼ିଶାରେ ଆରୋଗ୍ୟ ଲାଭ କରିଥିବା ରୋଗୀ ଙ୍କ ସଂଖ୍ୟା ୧୬,୭୯୨ କୁ ବୃଦ୍ଧି ପାଇଛି I
ଆଜି ସୁସ୍ଥ ହେଇଥିବା ରୋଗୀଙ୍କ ମଧ୍ୟରେ, ଗଂଜାମ ର ୪୩୨ ଜଣ, ରାୟଗଡା ର ୧୩୭ ଜଣ, ବରଗଡ ର ୩୧ ଜଣ, ଖୋର୍ଦ୍ଧା ର ୨୮ ଜଣ, କଟକ ଓ କେନ୍ଦୁଝର ର ୨୬ ଜଣ ଲେଖାଏଁ, ଭଦ୍ରକ ର ୨୩ ଜଣ, ମୟୁରଭଞ୍ଜ ର ୨୨ ଜଣ, ଯାଜପୁର ର ୧୯ ଜଣ, କନ୍ଧମାଳ ର ୧୫ ଜଣ, ଗଜପତି ଓ ସମ୍ବଲପୁର ର ୧୪ ଜଣ ଲେଖାଏଁ, ଜଗତସିଂହପୁର ର ୧୨ ଜଣ, ଢେଙ୍କାନାଳ ଓ ସୁନ୍ଦରଗଡ ର ୧୦ ଜଣ ଲେଖାଏଁ ନୟାଗଡ ର ୭ ଜଣ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ମାଲକାନଗିରି ର ୬ ଜଣ ଲେଖାଏଁ , ଝାରସୁଗୁଡା ଓ କୋରାପୁଟ ର ୫ ଜଣ ଲେଖାଏଁ, ବଲାଙ୍ଗୀର ର ୪ ଜଣ, ପୁରୀ ର ୩ ଜଣ,ବୌଦ ର ୨ ଜଣ ଏବଂ ସୋନପୁର ର ଜଣେ ସୁସ୍ଥ ହେଇଛନ୍ତି I

Leave A Reply

Your email address will not be published.