ରାଜସ୍ଥାନରେ ବୁଲୁଛି ‘ମୋବାଇଲ୍‌ ଲାଇବ୍ରେରୀ’

0

ରାଜସ୍ଥାନ: ସେପ୍‌ଟେମ୍ବର ୩: ରାଜସ୍ଥାନର ଜୋଧପୁରରେ ଘୂରୁଛି ମୋବାଇଲ୍‌ ଲାଇବ୍ରେରୀ । ତେବେ ଏହି ମୋବାଇଲ୍‌ ଲାଇବ୍ରେରୀଟି କୌଣସି ଗାଡିରେ ନୁହେଁ ବରଂ ଓଟ ଉପରେ ନିର୍ମାଣ କରାଯାଇଛି । ଓଟ ଗାଡିରେ ଏହି ଲାଇବ୍ରେରୀକୁ ନିର୍ମାଣ କରାଯାଇଛି । ଏହି ଲାଇବ୍ରେରୀ ପ୍ରାୟ ୩୦ ଟି ଗାଁର ପିଲାଙ୍କୁ ସେମାନଙ୍କ ପାଠ ପଢାରେ ସାହାଯ୍ୟ କରୁଛି । ଲାଇବ୍ରେରୀକୁ ଗାଁ ନେବା ପୂର୍ବରୁ ସଜା ଯାଇଥାଏ, ଯାହା ଫଳରେ ପିଲାମାନେ ଏଥି ପ୍ରତି ଆକର୍ଷିତ ହେବେ । ଏହାକୁ ଫୁଲ ଓ ବେଲୁନ୍‌ରେ ସଜାଯାଇଥାଏ । ଲାଇବ୍ରେରୀଟି ଗାଁରେ ପହଞ୍ଚିବା ପରେ ପିଲାଙ୍କୁ ଏଥିରେ ଥିବା ବହି ବିଷୟରେ ସୂଚନା ଦିଆଯାଇଥାଏ । ଅନ୍ତରାଷ୍ଟ୍ରୀୟ ‘ରିଡିଙ୍ଗ କ୍ୟାମ୍ପେନ’ ଅଧିନରେ ଏହାର ପ୍ରାରମ୍ଭ କରାଯାଇଥିଲା । ସେହିଭଳି କରୋନା ସମୟରେ ବିଦ୍ୟାଳୟ ବନ୍ଦ ଥିବାରୁ ଛାତ୍ରଛାତ୍ରୀଙ୍କୁ ବେଶ୍‌ ସହାୟତା କରିଥିଲା । ଏଥିରେ ଯେଉଁମାନଙ୍କ ପରିବାର ସେମାନଙ୍କୁ ଶିକ୍ଷା ଦେବାକୁ ଅସମର୍ଥ ସେହି ମାନଙ୍କୁ ଶିକ୍ଷା ଦିଆଯାଇଥାଏ । ଲାଇବ୍ରେରୀରେ ପ୍ରାୟ ୧୫୦୦ ବହି ଅଛି । ଏଥିରେ ଗପ, ଡ୍ରଇଂ, ପାଠ୍ୟ ପୁସ୍ତକ ଭଳି ଅନେକ ବହି ରହିଛି । ସେହିଭଳି ଏଥିରେ ବହି ସହିତ ଏକ ଷ୍ଟୋରୀ ଟ୍ରେଲର ମଧ୍ୟ ରହିଛି ଯିଏ ପିଲାଙ୍କୁ କାହାଣୀ ଶୁଣାଇଥାଏ । ତେବେ ଏହି ଅଭିଯାନ ୯ଟି ରାଜ୍ୟରେ ଆରମ୍ଭ କରାଯାଇଛି ।

Leave A Reply

Your email address will not be published.