ରାଜଧାନୀରେ ରଜ ମନା; ଦୋଳି, ତାସ, ବାଗୁଡ଼ି ଖେଳ ବ୍ୟାନ

ଗହଳି ହେଲେ ଦୋକାନ ଲାଇସେନ୍ସ ରବ୍ଦ ଗ୍ରାହକ ମାସ୍କ ନପିନ୍ଧିଲେ ଫାଇନ

0

ଭୁବନେଶ୍ୱର : ଜୁନ ୧୩:  କରୋନା ଯୋଗୁ ଫିକା ପଡିବ ରଜ । ବାହାରେ ବି ଦୋଳି ଖେଳ ବନ୍ଦ । ଆଉ ଜମିବନି ବାଗୁଡ଼ି ଓ ତାସ ଖେଳ । ଏଥର ଘରେ ରହି ରଜ ପାଳିବେ ରାଜଧାନୀବାସୀ । ଏହି ନିର୍ଦ୍ଦେଶନାମା ଜାରି କରିଛି ବିଏମ୍‌ସି ।
ରବିବାର ସଟ୍‌ଡାଉନରେ ପହିଲି ରଜ । ଚାରିଆଡ଼େ କର୍ଫୁ୍ୟ । କେହି ବି ପଦାକୁ ବାହାରିବେ ନାହିଁ । ଯଦି କେହି ରଜରେ ବାହାରକୁ ବୁଲିବାକୁ ଆସନ୍ତି , ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ତେଣୁ ସହରବାସୀ ପ୍ରଥମ ଦିନରେ ଘରେ ରହି ରଜ ପାଳିବେ । ଦ୍ୱିତୀୟ ଦିନରେ ଘରୁ ବାହାରିଲେ ବି ରଜ ଦୋଳି ଖେଳିପାରିବେ ନାହିଁ । ବିଭିନ୍ନ ସଂସ୍ଥା ପକ୍ଷରୁ ରଜ ମହତ୍ସୋବ ପାଳନ ଲାଗି ଅନେକ ବ୍ୟବସ୍ଥା ହୋଇଥାଏ । ତାସ ଖେଳ ଠାରୁ ଆରମ୍ଭ କରି ପିଠା ଆସର ଏବଂ ବହୁ ପ୍ରତିଯୋଗିତାମାନ ଆୟୋଜନ କରାଯାଇଥାଏ । ସେଗୁଡ଼ିକ ବନ୍ଦ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ବାହାରେ ପାଞ୍ଚରୁ ଅଧିକ ବ୍ୟକ୍ତି ଭିଡ଼ ନଜମାଇବାକୁ ମାର୍ଗଦର୍ଶିକା ଜାରି ହୋଇଛି ।
ଶୁକ୍ରବାର ମାର୍କେଟ ବିଲïିଂ ଓ ୧ନଂ ହାଟରେ ଜନସମୁଦ୍ର ହୋଇଥିଲା । ଫଳରେ ସେଠାରେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରହିନଥିଲା । କରୋନା ସଂକ୍ରମଣ ରୋକିବାକୁ ଯାଇ ଉଭୟ ମାକେର୍ଟକୁ ବନ୍ଦ କରିଥିଲା ପ୍ରଶାସନ । ଏହାକୁ ଦୃଷ୍ଟିରେ ରଖି ସୋମବାର ଦୋକାନଗୁଡ଼ିକ ଖୋଲିବାକୁ ଥିବାବେଳେ କୋଭିଡ-୧୯ ନିୟମକୁ କଡ଼ାକଡ଼ି କରାଯାଇଛି । ଏଣିକି ଦୋକାନ ସମ୍ମୁଖରେ ଗହଳି ହେଲେ , ଦୋକାନୀଙ୍କ ଟ୍ରେଡ୍‌ ଲାଇସେନ୍ସ ରବ୍ଦ ହେବ । ଲାଇସେନ୍ସ ରବ୍ଦ ହେବା ସହିତ ଜରିମାନା ଆଦାୟ ମଧ୍ୟ କରାଯିବ । ଆବଶ୍ୟକ ପଡ଼ିଲେ ଦୋକାନଗୁଡ଼ିକୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ସିଲ କରାଯିବ । ସେହିପରି ଗ୍ରାହକଙ୍କ ପାଇଁ ବି କଠୋର ହୋଇଛି ପ୍ରଶାସନ । ବିନା ମାସ୍କରେ କୌଣସି ବ୍ୟକ୍ତି ବାହାରେ କିମ୍ବା ଦୋକାନ ଆଗରେ ଠିଆ ହୋଇଥିଲେ, ସେମାନଙ୍କ ଠାରୁ ଫାଇନ ଆଦାୟ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି । ଏନେଇ ତିନୋଟି ଜୋନ୍‌ ଅଫିସକୁ ବି ଚିଠି କରାଯାଇଛି ।

Leave A Reply

Your email address will not be published.