ରବିବାର ଭୁବନେଶ୍ୱରରେ ପହଞ୍ଚିବେ ଅଭିନେତା ବିଜୟ ମହାନ୍ତି

0

ଭୁବନେଶ୍ୱର :ଜୁନ ୧୩: ଝିଅ ଘରକୁ ବୁଲିବାକୁ ଯାଇ ୨୭ତାରିଖରେ ହାଇଦ୍ରାବାଦ୍‌ ଠାରେ ଅସୁସ୍ଥ ହୋଇଥିବା ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କୁ ହାଇଦ୍ରାବାଦରୁ ଭୁବନେଶ୍ୱର ଅଣାଯାଉଛି । ବର୍ତ୍ତମାନ ସେ ସୁସ୍ଥତା ଅନୁଭବ କରୁଥିଲେ ମଧ୍ୟ ତାଙ୍କୁ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ଡାକ୍ତରୀ ଟିମ୍‌ ଭୁବନେଶ୍ୱର ଆଣୁଛନ୍ତି । ଗତ ୨୭ ତାରିଖରୁ ଅସୁସ୍ଥ ହୋଇପଡିଥିବା ଅଭିନେତା ବିଜୟ ଲକଡାଉନ କାରଣରୁ ଓଡିଶା ଫେରିପାରୁନଥିଲେ । ତେବେ ଭୁବନେଶ୍ୱର ସାଂସଦ ଅପରାଜୀତା ଶଡଙ୍ଗୀଙ୍କ ଉଦ୍ୟମରେ ଭୁବନେଶ୍ୱର ଆଣିବାର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.