ରଥଯାତ୍ରା ବନ୍ଦ ମାମଲା; ବିରୋଧ କରି ଆଉ ଏକ ମାମଲା; ପକ୍ଷଭୁକ୍ତ ପାଇଁ ପୁରୀ ବାସିନ୍ଦାଙ୍କ ପକ୍ଷରୁ ଆବେଦନ

ରିପୋର୍ଟ : ପ୍ରଫୁଲ୍ଲ ମହାନ୍ତି
କଟକ : ମେ ୨୮: ରଥଯାତ୍ରା ବନ୍ଦ ପାଇଁ ହୋଇଥିବା ଆବେଦନକୁ ବିରୋଧ କରି ଆଜି ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ ହୋଇଛି । ପୁରୀ ବାସିନ୍ଦା ତଥା ପୁରୀ ସହରର ଆଇନଜୀବୀ ବିଶ୍ୱନାଥ ଦାସ, ରାମଚନ୍ଦ୍ର ସାହୁ ଏବଂ ଶିବାନନ୍ଦ ପାତ୍ର ଏହି ମାମଲା ରୁଜୁ କରିଛନ୍ତି । ବନ୍ଦ ପାଇଁ ଯେଉଁ ମାମଲା ହୋଇଛି ଉକ୍ତ ମାମଲାରେ ପକ୍ଷଭୁକ୍ତ ଲାଗି ଅଦାଲତ ନିର୍ଦ୍ଦେଶ ଦେବାକୁ ସେମାନେ ପ୍ରାର୍ଥନା କରିଛନ୍ତି । ରଥଯାତ୍ରା ବନ୍ଦ ପାଇଁ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଏକ ମାମଲା ରୁଜୁ କରିଥିଲେ । ଏହାକୁ ବିରୋଧ କରି ପୂର୍ବରୁ ଦୁଇଟି ମାମଲା ରୁଜୁ ହୋଇସାରିଛି । ଆଜି ଆଉ ଏକ ମାମଲା ରୁଜୁ ହୋଇଛି । ଏହି ମାମଲାକୁ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ ରୁଜୁ କରିଛନ୍ତି ।

Comments are closed.