ଯୁଦ୍ଧ ପାଇଁ ସଜବାଜ; ରୁଷ୍‌ରୁ ଆସିବ ଆଉ ୩୩ ଲଢୁଆ ବିମାନ

ନୂଆଦିଲ୍ଲୀ : ଜୁଲାଇ ୦୨: ଲଦାଖରେ ଚୀନ ଓ ଭାରତ ସୀମାବିବାଦ ଜନୀତ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ଉଭୟ ପକ୍ଷର ହଜାର ହଜାର ସୈନ୍ୟ ସୀମାନ୍ତରେ ଠୁଳ ହୋଇଛନ୍ତି । କେତେବେଳେ ଯେ, କଣ ଘଟିବ ତାହା କହିବା ମୁସ୍କିଲ ହୋଇଥିଲାବେଳେ ନିଜର ବାୟୁସେନାକୁ ଅଧିକ ସୁଦୃଢ଼ କରିବା ପାଇଁ ଅଣ୍ଟା ଭିଡ଼ିଛି ଭାରତ । ଚୀନ୍‌ର ମୁକାବିଲା ପାଇଁ ରୁଷରୁ ଭାରତ ୩୩ ଟି ଲଢୁଆ ବିମାନ କିଣିବା ପାଇଁ ରାଜିନାମା କରିଥିବା ପ୍ରକାଶ । ଭାରତ ରୁଷ ଠାରୁ ସୁଖୋଇ-୩୦ ଓ ମିଗ୍‌-୨୯ ଲଢୁଆ ବିମାନ କିଣିବ । ଭାରତ ଓ ରୁଷ ମଧ୍ୟରେ ସାମରିକ ସମ୍ପର୍କ ଆହୁରି ମଜବୁତ ହେବ । ପ୍ରତିରକ୍ଷା ମନ୍ତ୍ରଣାଳୟ ରୁଷ ଠାରୁ ୩୩ ନୂତନ ଲଢୁଆ ବିମାନ କିଣିବାକୁ ମଞ୍ଜୁରୀ ପ୍ରଦାନ କରିଛି । ଏଥିରେ ୧୨ ସୁଖୋଇ ବିମାନ ଓ ୨୧ଟି ମିଗ୍‌-୨୯ ରହିଛି । ଏହା ସହିତ ପୂର୍ବରୁ ଥିବା ୫୯ ମିଗ୍‌-୧୯କୁ ଅପଗ୍ରେଡ୍‌ କରାଯିବ । ଏଥିରେ ମୋଟ ୧୮ ହଜାର ୧୪୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ଜଣାପଡିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଅତିରିକ୍ତ ୨୪୮ ଏୟାର ମିଜାଇଲ୍‌ କିଣାକୁ ମଧ୍ୟ ମଞ୍ଜୁରୀ ଦେଇଛି । ଏହା ଭାରତୀୟ ବାୟୁସେନା ଓ ନୌସେନାକୁ ସଶକ୍ତ କରିବ ।

Comments are closed.