ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ,ଆଗରେ ଛାତ୍ର

ଭୁବନେଶ୍ୱର : ଅଗଷ୍ଟ ୧୨: ପ୍ରକାଶ ପାଇଛି ଚଳିତ ବର୍ଷର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ଚଳିତ ବର୍ଷ ବିଜ୍ଞାନରେ ପାସ୍‌ ହାର ରହିଛି ୭୦. ୨୧ ପ୍ରତିଶତ । ପାସ ହାରରେ ଛାତ୍ରୀଙ୍କୁ ପଛରେ ପକାଇ ଦେଇଛନ୍ତି ଛାତ୍ର । ୩୯ ପ୍ରତିଶତ ଛାତ୍ର ପାସ୍‌ କରିଥିବା ବେଳେ ୩୧ ପ୍ରତିଶତ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ରାଜ୍ୟରେ ନୟାଗଡ଼ ଜିଲ୍ଲାରେ ପାସ୍‌ ହାର ସର୍ବାଧିକ ୮୬. ୫୧ ପ୍ରତିଶତ ରହିଛି ।
ପରୀକ୍ଷା ଫଳ ଜାଣିବା ପାଇଁ ବୋର୍ଡ ପକ୍ଷରୁ www.orissaresult.nic.in ୱେବ ସାଇଟ ଜାରି କରାଯଇଥିଲା । ସିଏଚ୍‌ଏସ୍‌ଇ ଫୋନ୍‌ ନମ୍ବର ୦୬୭୪- ୨୩୦୦୯୧୪ ଓ ୦୬୭୪-୨୩୦୦୯୦୭ରେ ମଧ୍ୟ ରେଜଲ୍ଟ ଜାଣି ହେବ । ପରୀକ୍ଷା ଫଳ ପାଇଁ ଟୋଲଫି୍ର ନମ୍ବର ମଧ୍ୟ୨୪ ଘଣ୍ଟା ଖୋଲା ରହିଥିଲା । ତେବେ ରାଜ୍ୟରେ ପ୍ରାୟ ୩ ଲକ୍ଷ ଛାତ୍ରୀଛାତ୍ର ଯୁକ୍ତ ୨ ପରୀକ୍ଷା ଦେଇଥିବା ବେଳେ ମୋଟ ୯୭,୩୭୭ଜଣ ପିଲା ବିଜ୍ଞାନ ପରୀକ୍ଷା ଦେଇଥିଲେ । ସେଥିରୁ ୬୮,୩୭୪ଜଣ କୃତକାର୍ଯ୍ୟ ହୋଇଛନ୍ତି । ୩୮,୩୦୧ଜଣ ଛାତ୍ର କୃତକାର୍ଯ୍ୟ ହୋଇଛନ୍ତି । ସେହିଭଳି ୩୦,୦୭୩ଜଣ ଛାତ୍ରୀ ପାସ୍‌ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ୨୫,୩୩୯ଜଣ, ୨ୟରେ ୨୪,୧୨୧, ୩ୟରେ ୧୮,୨୬୮ ଅଛନ୍ତି । ୧୩୭ଜଣ ଛାତ୍ରୀଛାତ୍ର ୯୦% ଅଧିକ ନମ୍ବର ରଖି ପାସ୍‌ କରିଛନ୍ତି । ନୟାଗଡ଼ ଜିଲାରେ ପାସ୍‌ ହାର ସର୍ବାଧିକ ୮୬.୫୧% ରହିଛି । ଝାରସୁଗୁଡ଼ା ଜିଲାରେ ପାସ୍‌ ହାର ସର୍ବନିମ୍ନ ୪୦.୭୧% ରାହିଛି ।

Comments are closed.